ଭିଜିଲାନ୍ସ ଜାଲରେ ରାଇକିଆ ତହସିଲଦାର

ବାଲିଗୁଡା : କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ରାଇକିଆ ତହସିଲଦାର ଶ୍ରୀ ପାଢୀ ମଣ୍ଡାକିଆ ଗ୍ରାମର ସେନାପତି ପ୍ରଧାନଙ୍କ ଜବତ ଟ୍ରାକ୍ଟର ରିଲିଜ୍ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି। ଏକ କୂଅରେ ପଥର ପେକିଙ୍ଗ କରିବା ପାଇଁ ଟ୍ରାକ୍ଟରରେ ପଥର ବୋଝେଇ ହୋଇଯାଉଥିଲା। ସେହି ଟ୍ରାକ୍ଟରକୁ ତହସିଲଦାର ଜବତ କରିଥିଲେ। ଟ୍ରାକ୍ଟର ମୁକୁଳାଇବା ପାଇଁ ମାଗିଥିଲେ ଦୁଇ ଲକ୍ଷ ଟଙ୍କା। ଶେଷରେ ୫୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ପୂର୍ବରୁ ୧୦ ହଜାର ନେଇଥିଲେl ଆଜି ଅବଶିଷ୍ଟ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛିl

Leave a Reply

Your email address will not be published. Required fields are marked *

Back to top button