ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଓ ପିଇଓ

ରାୟଗଡ଼ା/ସୁବର୍ଣ୍ଣପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀଓ ପିଇଓ। ଉଭୟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।

ଖବର ଅନୁଯାୟୀ ରାୟଗଡ଼ା ଜିଲ୍ଲା ଗୁଣୁପୁର ରାସ୍ତା ଓ କୋଠାବାଡ଼ି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢୀଙ୍କ ବ୍ରହ୍ମପୁର ଘରେ ଭିଜିଲାନ୍ସ ଚଢଉ ଚାଲିଛି। ଉଦ୍ଧବଙ୍କ ବ୍ରହ୍ମପୁର, ଧରାକୋଟ, ପୁରୀସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ହୋଇଛି। ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ମଧ୍ୟ ଚଢ଼ଉ ଚାଲିଥିବା ଜଣାପଡିଛି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେରଙ୍କ ଘରେ ହୋଇଛି ରେଡ୍। ଦୁର୍ଯୋଧନଙ୍କ ସୁବର୍ଣ୍ଣପୁର ଘର ଓ ଅଫିସ୍‌ରେ ମଧ୍ୟ ଚଢଉ ଚାଲିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।