ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା : ଲୋକେ ପୋଲିସ ଗାଡ଼ି ପୋଡ଼ିଦେଲେ

ଭଦ୍ରକ : ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ହାତୁଆରି ଗାଁର ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଥିବା ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ମୃତଦେହ ରଖି ଧାରଣାରେ ବସିଥିବା ଜଣାପଡିଛି।

ଖବର ଅନୁଯାୟୀ ତିହିଡ଼ି ଥାନା ହାତୁଆରି ଗାଁର ଭିନ୍ନକ୍ଷମ ଯୁବକ ବାପି ମହାଳିକ କଥା ହୋଇପାରନ୍ତି ନାହିଁ। ଆଜି ସେ ଭଉଣୀ ଘରକୁ ଯାଉଥିବା ବେଳେ କୋଇଲା ଚୋରି ଅଭିଯୋଗରେ ତିହିଡ଼ି ଥାନା ପୋଲିସ ତାଙ୍କୁ ଗୋଡ଼ାଇ ଥିଲା। ବାପି ଭୟଭୀତ ହୋଇ ପଳାଇ ଯାଉଥିବା ବେଳେ ଅଲ୍ଲିନଗର ଛକରେ ଥିବା ପୋଖରୀରେ ପଡ଼ି ଯାଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର ନକରି ପଳାଇ ଯାଇଥିଲା। ଏ ଖବର ପାଇ ପରିବାର ଲୋକେ ପୋଖରୀରେ ଖୋଜାଖୋଜି କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ବାପିଙ୍କ ମୃତଦେହ ଉଦ୍ଧାର କରିଥିଲେ।

  ଜେଇଇ ମେନ୍ ପାଇଁ ୭୫ % ନମ୍ବର ଆବଶ୍ୟକ ନାହିଁ

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସେମନେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ମୃତଦେହ ରଖି ଧାରଣାରେ ବସିଛନ୍ତି।

ମତାମତ ଦିଅନ୍ତୁ ।