ଭିରାଫିନ୍‌କୁ ବ୍ୟବହାର ପାଇଁ ମିଳିଲା ଅନୁମତି

0

ନୂଆଦିଲ୍ଲୀ : ଦେଶରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବାଢୁଛି ମୃତ୍ୟୁ ସଂଖ୍ୟା। ଏହିଭଳି ଏକ ସମୟରେ ଆଜି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ବା ଡିଜିସିଆଇ ଆଜି ଜାଏଡସ କାଡିଲା ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଏହି ଔଷଧକୁ ମଧ୍ୟମଧରଣର ଲକ୍ଷଣ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ।

କମ୍ପାନୀ ପକ୍ଷରୁ କୁହାଯାଇଛି ଭିରାଫିନ୍‌ ଡୋଜ୍‌ ନେଉଥିବା କରୋନା ଆକ୍ରାନ୍ତ ସାଧାରଣ ରୋଗୀଙ୍କ ତୁଳନାରେ ଶୀଘ୍ର ସୁସ୍ଥ ହୋଇପାରିବେ। ମାନବ ଶରୀରରେ ପ୍ରାୟ ୯୧.୧୫ ପ୍ରତିଶତ କାମ କରୁଥିବା ବିଶେଷଜ୍ଞମାନେ କହିଛନ୍ତି। ହସ୍ପିଟାଲ ଓ ଇନଷ୍ଟିଚ୍ୟୁସନାଲ ଷ୍ଟେଟଅପ୍‌ରେ ଡାକ୍ତରଙ୍କ ପ୍ରେସକ୍ରିପସନ୍‌ ଜରିଆରେ ଲୋକଙ୍କୁ ଏହି ଔଷଧ ମିଳିବ।

ଅନୁମତି ପାଇଁ ଆବେଦନ କରିବା ପୂର୍ବରୁ ଦେଶର ୨୦ରୁ ୨୫ଟି କେନ୍ଦ୍ରରେ କମ୍ପାନୀ ପକ୍ଷରୁ ଏହି ଔଷଧର ପରୀକ୍ଷା କରଯାଇଥିଲା। ଏଥିରୁ ଜଣାପଡ଼ିଛି ଭିରାଫିନ ବ୍ୟବହାର କରୁଥିବା ଲୋକଙ୍କୁ ଅତିରିକ୍ତ ଅମ୍ଳଜାନର ବ୍ୟବହାର କରିବାକୁ ପଡ଼ୁନି। ଭିରାଫିନ ଡୋଜ୍‌ ନେଉଥିବା ଲୋକଙ୍କ ଶ୍ୱାସନଳୀ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କରୋନା ସଂକ୍ରମଣ କରିପାରୁ ନାହିଁ।

କେବଳ କରୋନା ନୁହେଁ ଅନ୍ୟ ଭାଇରାଲ ସଂକ୍ରମଣ ବିରୋଧରେ ମଧ୍ୟ ଭିରାଫିନ୍‌ ଭଲ କାମ କରୁଛି। ତୃତୀୟ ପର୍ଯ୍ୟାୟ ଟେଷ୍ଟରେ ଜଣାପଡ଼ିଛି ଭିରାଫିନ ଦ୍ୱାରା ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ୭ ଦିନ ପରେ ନେଗେଟିଭ ଆସୁଛି। ତେଣୁ ଭାରତର କରୋନା ଲଢ଼େଇରେ ଭିରାଫିନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କମ୍ପାନୀ କହିଛି।

Leave A Reply

Your email address will not be published.