ଭିସୁଟର ୪୦ରୁ ଅଧିକ ଛାତ୍ର କରୋନା ପଜିଟିଭ : କିଟରେ ତ୍ରୁଟି ନଥିବା କହିଲା କଂପାନୀ

ସମ୍ବଲପୁର : ବୁର୍ଲାର ଭିସୁଟର ୪୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ପ୍ରସଙ୍ଗରେ କିଟ୍ ଯୋଗାଣକାରୀ କଂପାନୀ ଆଜି ଡେମୋ ଲାଇଭ୍ ଡେମୋ ରିପୋର୍ଟ ଦେଇଛି। ନୂଆଦିଲ୍ଲୀର ଏହି କମ୍ପାନୀ ଓସ୍କାର ମେଡିସିନ ପ୍ରାଇଭେଟ୍ ଲିମିଟେଡ୍ ଦାବି କରିଛି କିଟରେ କୌଣସି ତ୍ରୁଟି ନାହିଁ।

ଭିମସାରର କୋଭିଡ ନୋଡାଲ ଅଧିକାରୀ ତଥା ପୁଲ୍ମୋନାରି ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସୁଦର୍ଶନ ପୋଥାଳଙ୍କୁ ଲାଇଭ ଡେମୋ ଦେଖାଇଥିବା କମ୍ପାନୀ କହିଛି। ଡେମୋ ବେଳେ ପ୍ରସ୍ତୁତ ଆଟିଜେନ୍ କିଟ୍ ଓ ଆରଟିପିସିଆର କିଟରେ ପରୀକ୍ଷା ରିପୋର୍ଟ ସମାନ ଆସିଥିବା କମ୍ପାନୀ ଦାବି କରିଛି। କମ୍ପାନୀର ଆଣ୍ଟିଜେନ୍ କିଟରେ ତ୍ରୁଟିଥିବା କୁହାଯାଉଥିଲା ତାହା ସଂପୂର୍ଣ୍ଣ ଠିକ ଥିବା କହିଛି।

ସୂଚନାଯୋଗ୍ୟ ଭିସୁଟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଆଣ୍ଟିଜେନ ଟେଷ୍ଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ରିପୋର୍ଟ ଆରଟିପିସିଆର ଟେଷ୍ଟରେ ନେଗେଟିଭ ଆସିଥିଲା। ଫଳରେ କିଟ୍ ଯୋଗାଇଥିବା କମ୍ପାନିକୁ କାରଣଦର୍ଶାଅ ନୋଟିସ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button