ଭୋଜପୁରୀ ଅଭିନେତ୍ରୀ ଅକ୍ଷରା କହିଲେ ଷ୍ଟାରମାନେ ଡ୍ରଗ୍ସ ନେଉଥିବା ଦେଖିଛି

ମୁମ୍ବାଇ : ଡ୍ରଗ୍ସ ପ୍ରସଙ୍ଗ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ କଙ୍ଗନା ରଣାୱତ ଡ୍ରଗ୍ସ ସମ୍ପର୍କିତ କିଛି ଟ୍ଵିଟ କରିଥିଲେ। କେତେଜଣଙ୍କୁ କରିଥିଲେ ଟାର୍ଗେଟ। ସେହିଦିନ ଠାରୁ ଚାଲିଛି ଆକ୍ଷେପ ଓ ପ୍ରତି ଆକ୍ଷେପ। ଅଭିନେତା ଓ ନେତା ଦେଉଛନ୍ତି ମତାମତ। ଫଳରେ ଡ୍ରଗ୍ସ ବିବାଦ ଜଟିଳ ହେବାରେ ଲାଗିଛି। ଏହି କ୍ରମରେ ବଲିଉଡ ଲୋକପ୍ରିୟ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଟିପ୍ପଣୀ ଦେଇଥିଲେ। ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ ଏହା ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି।

ଭୋଜପୁରୀ ଫିଲ୍ମର ‘କଙ୍ଗନା’ କୁହାଯାଉଥିବା ଅକ୍ଷରା କହିଛନ୍ତି ଟିଭିରେ ଯେତେବେଳେ କାମ ଆରମ୍ଭ କଲେ ସେତେବେଳେ ଡ୍ରଗ୍ସ ବ୍ୟବହାର ହେଉଥିବା ଦେଖିଛନ୍ତି। ତାଙ୍କ ସାମ୍ନାରେ ଷ୍ଟାରମାନେ ଡ୍ରଗ୍ସ ନେଇଛନ୍ତି। ସେମାନେ ଗୋଟିଏ ଗ୍ରୁପ ତିଆରି କରି ପାର୍ଟି କରିବା ତଥା ଏନଜୟମେଣ୍ଟ ନାଁରେ ଡ୍ରଗ୍ସ ବ୍ୟବହାର କରନ୍ତି। ତାଙ୍କୁ ପ୍ରଥମେ ପ୍ରଥମେ ଏସବୁ ଦେଖି ଭଲ ଲାଗି ନ ଥିଲା।

କେବଳ ସେତିକି ନୁହେଁ ଅକ୍ଷରା କହିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ଘର ଯେତେବେଳେ ଭଙ୍ଗା ଗଲା କେହି ବି ସାମ୍ନାକୁ ଆସିଲେ ନାହିଁ। ମାତ୍ର ଯେମିତି ଡ୍ରଗ୍ସ ମାମଲା ସାମ୍ନାକୁ ଆସିଲା ସମସ୍ତେ ଆଗକୁ ଆସୁଛନ୍ତି। ଭୟ ରହୁଛି କାଳେ ନାଁ ଜଣାପଡ଼ିଯିବ ଓ କଳା କାରନାମା ପଦାରେ ପଡ଼ିବ। ଏହି କଥା ହିଁ ସ୍ପଷ୍ଟ କରି ଦେଉଛି କ’ଣ ଭୁଲ ଓ କ’ଣ ଠିକ। ଏବେ ଏହି କଥାକୁ ସମସ୍ତେ ନିହାତି ବୁଝୁଥିବେ ବୋଲି ଅକ୍ଷରା କହିଛନ୍ତି।

ମତାମତ ଦିଅନ୍ତୁ ।