ଭୋଟ ଗଣତି କେନ୍ଦ୍ରକୁ ଯିବାକୁ ଚାହିଁଲେ ପ୍ରାର୍ଥୀ ଦେଖାଇବେ ନେଗେଟିଭ ରିପୋର୍ଟ

ନୂଆଦିଲ୍ଲୀ : ଭୋଟ ଗଣତି କେନ୍ଦ୍ରକୁ ଯିବାପାଇଁ ପ୍ରାର୍ଥୀଙ୍କୁ ଦେଖାଇବାକୁ ପଡିବ କରୋନା ନେଗେଟିଭ ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣପତ୍ର। ନଚେତ ସେମାନଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ମାଦ୍ରାସ ହାଇକୋର୍ଟଙ୍କ ଭର୍ତ୍ସନା ପରେ ଏପରି କଟକଣା କରିଛନ୍ତି ନିର୍ବାଚନ କମିଶନ।

ଆସନ୍ତା ମେ’ ୨ ତାରିଖରେ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। କିନ୍ତୁ ଭୋଟ ଗଣତି କେନ୍ଦ୍ରରେ କଡାକଡି ପାଳନ ହେବ କୋଭିଡ ନିୟମ। ଏହାକୁ ସମସ୍ତଙ୍କୁ ମାନିବାକୁ ପଡିବ ବୋଲି ନିର୍ବାଚନ କମିଶନର କହିଛନ୍ତି। ସେ ଯେଉଁ ପ୍ରାର୍ଥୀ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଚାହିଁବେ ସେମାନଙ୍କୁ କରୋନା ନେଗେଟିଭ ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ହେବ। ଭୋଟ ଗଣତିର ୪୮ ଘଣ୍ଟା ପୂର୍ବରୁ ଏହି ଟିକା ନିଆଯାଇଥିବା ଆବଶ୍ୟକ।

ସେହିପରି ପ୍ରାର୍ଥୀଙ୍କର ଯେଉଁ ତିନିଜଣ ଏଜେଣ୍ଟ ଗଣତି କେନ୍ଦ୍ରରେ ବସିବେ ସେମାନଙ୍କ ନାଁ ଆଗୁଆ ଦେବାକୁ ପଡିବ। ସମସ୍ତେ ଆରଟିପିସିଆର ରିପୋର୍ଟ ନହେଲେ ଦୁଇଟି ଡୋଜ ଟିକା ନେଇଥିବା ଦାଖଲ କରିବେ ବୋଲି ନିୟମ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button