ଭାରତୀୟ ବାୟୁସେନାର ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ

ମୋଗା : ଭାରତୀୟ ବାୟୁସେନାର ଏକ ‘ମିଗ୍-୨୧’ ଲଢୁଆ ବିମାନ ପଞ୍ଜାବର ମୋଗା ନିକଟରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନଟି ତଳକୁ ଖସି ପଡ଼ିବା ପୂର୍ବରୁ ପାଇଲଟ୍‌ ସ୍କ୍ୱାଡ୍ରୋନ୍‌ ଲିଡର୍‌ ଅଭିନବ ଚୌଧୁରୀ ବାହାରି ଯାଇଥିଲେ। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଇଛି।

ବାୟୁସେନା ଅଧିକାରୀମାନେ କହିଛନ୍ତି ରୁଟିନ୍‌ ତାଲିମ୍ ଦେଉଥିବା ସମୟରେ ଗତ ରାତି ପ୍ରାୟ ୧ଟା ବେଳେ ବାୟୁସେନାର ‘ମିଗ୍‌-୨୧’ ଲଢୁଆ ବିମାନଟି ମୋଗା ଅନ୍ତର୍ଗତ ବାଘାପୁରନା ଅଞ୍ଚଳର ଲାଙ୍ଗିଆନା ଖୁର୍ଦ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର କାରଣ ଜଣାପଡ଼ିନାହିଁ। ତେବେ ତଦନ୍ତ ପାଇଁ ‘କୋର୍ଟ ଅଫ୍ ଇନ୍‌କ୍ଵାରି’ ଆଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button