ଭୁବନେଶ୍ୱର ୧୨୮ ଓ କଟକରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରୁ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୫ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ ୪୩ ଲୋକାଲ କେସ୍‌। ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି। ସେହିପରି କଟକ ସହରରୁ ଚିହ୍ନଟ ହୋଇଥିବା ୨୨ ଆକ୍ରାନ୍ତ ମଧ୍ୟରୁ ୧୫ କ୍ୱାରେଣ୍ଟିନ ସେଣ୍ଟରରୁ ଓ ୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ସୂଚନା ଦେଇଛି।

ଶୁକ୍ରବାର ତଥ୍ୟ ଅନୁଯାୟୀ କେବଳ ଗୋଟିଏ କ୍ୱାରେଣ୍ଟାଇନରୁ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ୧୮ ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ହୋଇଥିବା ବେଳେ ୧୩ ଜଣ ହେଉଛନ୍ତି ପୁରୁଷ। ସାଲିଆ ସାହିରୁ ଆଜି ୨ ଜଣ ମହିଳାଙ୍କ ସମେତ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ସତ୍ୟନଗରରୁ ୨ ଜଣ ମହିଳାଙ୍କ ସମେତ ୬ ଜଣ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏକ ଘରୋଇ ହସ୍ପିଟାଲର ୨ ଜଣ ମହିଳାଙ୍କ ସମେତ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଏକ ମିଡିଆ ହାଉସରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି କଟକ ସହରରେ ଚିହ୍ନଟ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଦେୱାନ ବଜାରରୁ ୨, ଶିଖରପୁରରୁ ୧, ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଅରୁଣୋଦୟ ମାର୍କେଟରୁ ୧, ବାଦାମବାଡ଼ି ରକ୍ସିଲେନ୍‌ରୁ ୧ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳାବାଗରୁ ୧, ମହାନଦୀ ବିହାରରୁ ୧, କ୍ୟାଣ୍ଟନମେଣ୍ଟ ରୋଡରୁ ୧ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।