Breaking Newsରାଜ୍ୟ

ଭୁବନେଶ୍ୱର ୨୧୫ ଓ କଟକରୁ ୪୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ୨୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୫୦ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ ସ୍ଥାନୀୟ ସଂକ୍ରମିତ। ଏହି ସୂଚନା ଦେଇଛି ଭୁବନେଶ୍ଵର ମହାନଗର ନିଗମ। ସେହିପରି କଟକ ସହରରେ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯ କ୍ୱାରେଣ୍ଟିନ ଓ ୨ ସ୍ଥାନୀୟ ଅଞ୍ଚଳର ବୋଲି କଟକ ମହାନଗର ନିଗମ କହିଛି।

ମଙ୍ଗଳବାର ମିଳିଥିବା ତଥ୍ୟ ଅନୁଯାୟୀ ବାୟାବାବା ମଠ ନିକଟ ୟୁନିଟ-୯ ବସ୍ତିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହିରୁ ୧୧, ଏକ ଘରୋଇ ହସ୍ପିଟାଲର ୧୧ କର୍ମଚାରୀ, ଆଇଗିଣିଆ ଆଳୁଗଦିରୁ ୧୦, ଏକ ଘରୋଇ ହସ୍ପିଟାଲର ୬ କର୍ମଚାରୀ, ବିଶ୍ୱେଶ୍ୱରୀ ବସ୍ତିରୁ ୫, ଗ୍ୟାରେଜ ଛକରୁ ୫, ୟୁନିଟ-୩ ମାଳି କଲୋନୀରୁ ୪ ଓ ୟୁନିଟ-୩ ମାଳିସାହିରୁ ୪ ଚିହ୍ନଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡା ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୦୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

କଟକ ମହାନଗର ନିଗମର ସୂଚନା ଅନୁଯାୟୀ ଦିୱାନ ବଜାରରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶଙ୍କରପୁରରୁ ୩, ସେକ୍ ବଜାରରୁ ୨ ଓ ସିଡିଏ ସେକ୍ଟର-୯ରୁ ୨ ଚିହ୍ନଟ ହୋଇଛନ୍ତି। ମଠସାହିରୁ ଜଣେ ଓ ପୋଲିସ କଲୋନିରୁ ଜଣେ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଏବେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭୭କୁ ବୃଦ୍ଧି ହୋଇଛି।
ଏମାନଙ୍କ ମଧ୍ୟରୁ ୩୧୪ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୪୫୩ ଜଣ ଚିକିତ୍ସାଧୀନ ଅଛନ୍ତି।

ମତାମତ ଦିଅନ୍ତୁ ।

Back to top button