ଭୁବନେଶ୍ୱର ଓ କଟକ ନୂଆ ଡିସିପିଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ ଡିସିପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ୍‌ କମିସନର୍‌ ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ସୋମବାର ପୋଲିସ ସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଏହି ଅବସରରେ ନୂଆ ଡିସିପି ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି ପ୍ରତୀକ ସିଂହ ନେଇଛନ୍ତି କଟକର ନୂଆ ଡିସିପି ଦାୟିତ୍ଵ। ପୂର୍ବରୁ କଟକ ଡିସିପି ଦାୟିତ୍ୱରେ ଥିବା ଅଖିଳେଶ୍ୱର ସିଂହ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପ୍ରତୀକ ସିଂହ ଏହା ପୂର୍ବରୁ କନ୍ଧମାଳ ଏସପି ଭାବେ କାର୍ଯ୍ୟ କରୁଥିଲେ। ଆଜିର ଦାୟିତ୍ଵ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପୋଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ନବ ନିଯୁକ୍ତ ଦୁଇ ଡିସିପି ଆଗାମୀ ଦିନରେ ଲୋକଙ୍କ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ।

ମତାମତ ଦିଅନ୍ତୁ ।