ଭୁବନେଶ୍ୱର ୧୨୬ ଓ କଟକରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ମଧ୍ୟରେ ରହିଛନ୍ତି କ୍ୱାରେଣ୍ଟିନରୁ ୭୭ ଓ ସ୍ଥାନୀୟ ଅଞ୍ଚଳର ୪୯ ଜଣ। ସେହିପରି କଟକ ସହରରୁ ଚିହ୍ନଟ ୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ କ୍ୱାରେଣ୍ଟିନରୁ ଓ ୧୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି।

ଶନିବାର ଭୁବନେଶ୍ୱର ମହାନଗର ନିଗମ ଦେଇଥିବା ସୂଚନା ଅନୁଯାୟୀ ୟୁନିଟ-୧ ତାରିଣୀ ବସ୍ତିରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଅଛନ୍ତି ୫୬, ୧୯, ୨୯, ୪୩ ବର୍ଷର ପୁରୁଷ ଓ ୫୩, ୨୫, ୪ ବର୍ଷର ଶିଶୁ, ୪୦ ଓ ୧୭ ବର୍ଷର ମହିଳା। ୮ ଜଣ ପୁରୁଷ ପୋଲିସ କର୍ମଚାରୀଙ୍କର ରିପୋର୍ଟ କରୋନା ପଜିଟିଭ ଆସିଛି। ସେହିଭଳି ୟୁନିଟ-୯ସ୍ଥିତ ବାୟାବାବା ବସ୍ତିରୁ ୯ ଜଣ, ଖଣ୍ଡଗିରି ତପୋବନ ବସ୍ତିରୁ ୬ ଜଣ, ବଡ଼ଗଡ଼ ବ୍ରିଟ କଲୋନି, ଡୁମୁଡୁମାରୁ ୪ ଜଣ ଲେଖାଏଁ, ଆଇଗଣିଆ, ନୂଆପଲ୍ଲୀ ନୂଆସାହି, ବରମୁଣ୍ଡା, ଭରତପୁରରୁ ୩ ଜଣ ଲେଖାଏଁ, ନିଳାଦ୍ରୀ ବିହାରରୁ ୨ ଜଣ, ଶୈଳଶ୍ରୀ ବିହାରସ୍ଥିତ ଏକ ମିଡିଆ ହାଉସର ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ୧୩୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଟକ ସହରରୁ ଚିହ୍ନଟ ୪୩ ଆକ୍ରାନ୍ତ ମଧ୍ୟରୁ ମାଲଗୋଦାମ ବେହେରାସାହିରୁ ପୁଣି ୧୪ ଜଣ ଓ ପୁରୁଣା ରାଉସାପାଟଣାରୁ ପୁଣି ୮ ଜଣ ରହିଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୨ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଥିବାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୯କୁ ବୃଦ୍ଧି ପାଇଛି। ୪୭୮ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୬୧ ଜଣ ଚିକିତ୍ସାଧୀନ ଅଛନ୍ତି।

ମତାମତ ଦିଅନ୍ତୁ ।