ଭୁବନେଶ୍ୱର ୧୯୦ ଓ କଟକରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୮ ଜଣ କ୍ୱାରେଣ୍ଟାଇନ୍‌ ଓ ୫୨ ଲୋକାଲ୍‌ କେସ୍‌। ଭୁବନେଶ୍ୱର ମହାନଗର ନିଗମ ଏହି ସୂଚନା ଦେଇଛି। ସେହିପରି କଟକ ମହାନଗର ନିଗମ ଅଞ୍ଚଳରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଶନିବାର ତଥ୍ୟ ଅନୁଯାୟୀ ୧୯୦ ବିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କପିଳେଶ୍ୱର କଞ୍ଚସାହିରୁ ୨୧, ବରମୁଣ୍ଡା ବେହେରାସାହିରୁ ୭, ବମିଖାଲ ଅଞ୍ଚଳରୁ ୬, କପିଳେଶ୍ୱର ତଳସାହିରୁ ୩, କଟକ ରୋଡ଼ ଷ୍ଟେସନ ଛକ ଅଞ୍ଚଳରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୨ ଜଣ ରହିଛନ୍ତି। ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି କଟକ ମହାନଗର ନିଗମର ସୂଚନା ଅନୁଯାୟୀ କଣ୍ଟେନ୍‌ମେଣ୍ଟ ଜୋନରୁ ମାଲଗୋଦାମ ବେହେରା ସାହିର ୪୬ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡା ସରକାରୀ କ୍ୱାରେଣ୍ଟାଇନରୁ ୭, ହୋମ୍‌ କ୍ୱାରେଣ୍ଟାଇନ୍ ୭‌ ଓ ୧୬ ରହିଛି ଲୋକାଲ୍‌ କେସ। ଦେୱାନ୍‌ ବଜାରରୁ ୩, ତେଲଙ୍ଗା ବଜାରରୁ ଜଣେ, ନେତାଜୀ ନଗରରୁ ଜଣେ, ମେଡିକାଲ୍‌ ରୋଡ୍‌ ଅଞ୍ଚଳରୁ ଜଣେ, ବିଦ୍ୟାଧରପୁରରୁ ଜଣେ, ବକ୍ସିବଜାରରୁ ୨ ଜଣ, ବିଡାନାସିରୁ ଜଣେ, କେଣ୍ଟନ୍‌ମେଣ୍ଟ ରୋଡ୍‌ରୁ ଜଣେ, କନିକା ରୋଡରୁ ଜଣେ, ସିଡିଏ ସେକ୍ଟର-୯ରୁ ଜଣେ, ମହିମା ନଗରରୁ ଜଣେ, ସତୀ ଚୌରାରୁ ଜଣେ ଓ ଚୌଧୁରୀ ବଜାରରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।