ଭୁବନେଶ୍ୱର ୩୪୨ ଓ କଟକରୁ ୨୭୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୦୪ ଓ ସ୍ଥାନୀୟ ସଂକ୍ରମଣ ରହିଛି ୨୩୮। ସେହିପରି କଟକ ସହରରୁ ୨୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୮୧ ଜଣ ସଂଗରୋଧ ଓ ୯୪ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।

ଶନିବାର ଭୁବନେଶ୍ଵର ମହାନଗର ନିଗମର ସୂଚନା ଅନୁଯାୟୀ ଶୈଳଶ୍ରୀ ବିହାରସ୍ଥିତ ଏକ ସରକାରୀ ସଂଗରୋଧରୁ ୮ ଜଣ, ୟୁନିଟ-୬ରୁ ୬ ଜଣ, ଜୟଦେବ ବିହାର, ମଂଚେଶ୍ୱରରୁ ୫-୫ ଜଣ, ଲକ୍ଷ୍ମୀସାଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୧୩ ଜଣ, ଖଣ୍ଡଗିରିରୁ ୧୧ ଜଣ, ଏକ ଘରୋଇ ହସ୍ପିଟାଲରୁ ୯ ଜଣ, ପଳାଶୁଣୀ, ବିଜେବି ନଗରରୁ ୭ ଜଣ, ନିଳାଦ୍ରୀ ବିହାରରୁ ୬-୬ ଜଣ, ଗ୍ୟରେଜ ଛକ, ବମିଖାଲରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱରରୁ ଆଜି ୪୨୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ୧୮ ହଜାର ୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୪ ହଜାର ୫୨ ଜଣ ସୁସ୍ଥ ହୋଇଛନ୍ତି। ୪ ହଜାର ୧୩୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ୬୮ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି କଟକ ମହାନଗର ନିଗମର ସୂଚନା ହେଲା ସରକାରୀ ସଂଗରୋଧରୁ ଚିହ୍ନଟଙ୍କ ମଧ୍ୟରେ ୮୩ ୫୮ ଜଣ ପୁରୁଷ ଓ ୨୫ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ୯୮ ଜଣଙ୍କ ମଧ୍ୟରେ କଲ୍ୟାଣୀ ନଗରରୁ ୯ ଜଣ, ବିଡ଼ାନାସୀରୁ ୫ ଜଣ, ଗରଦପୁରରୁ ୫ ଜଣ ରହିଛନ୍ତି। ସ୍ଥାନୀୟ ସଂକ୍ରମଣ ୯୪ ଜଣଙ୍କ ମଧ୍ୟରେ ଅରୁଣଦୋୟ ମାର୍କେଟ, କଲେଜ ଛକ, ବିଡାନାସୀ, ସିଡିଏ ସେକ୍ଟର, କଲ୍ୟାଣୀ ନଗରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକ ଜିଲ୍ଲାରୁ ମୋଟ ୪୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ କଟକ ସହରରୁ ୨୭୫ ଅଛନ୍ତି। କଟକ ସହରରୁ ୯ ହଜାର ୩୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୬ ହଜାର ୯୩୮ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨ ହଜାର ୩୪୪ ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୩୮ ଜଣଙ୍କର ମୃତୁ ଘଟିଛି।

ମତାମତ ଦିଅନ୍ତୁ ।