ଭୁବନେଶ୍ଵର ବାସିନ୍ଦାଙ୍କ ପାଇଁ ବିଏମସିର ହେଲପ ଲାଇନ ନମ୍ବର ୧୯୨୯

ଭୁବନେଶ୍ଵର : ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲମାନଙ୍କ‌ରେ କୋଭିଡ ବେଡ ବ୍ୟବସ୍ଥା କରାଯାଇଥିଲା। ଏହି ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଉଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ବିଏମସି ପକ୍ଷରୁ କୁହାଯାଇଛି ହସ୍ପିଟାଲରେ କୌଣସି ପ୍ରକାର ବେଡର ଅସୁବିଧା ନାହିଁ। ହସ୍ପିଟାଲ ଗୁଡ଼ିକରେ ଯଥେଷ୍ଟ ପରିମାଣରେ ବିଭିନ୍ନ ବିଭାଗ ଅନୁଯାୟୀ ବେଡ ମହଜୁଦ ରହିଛି। ତେବେ ବେଡରେ ଭର୍ତ୍ତି ହେବା ପାଇଁ ୧୯୨୯ ହେଲପଲାଇନ ନମ୍ବର କାର୍ଯ୍ୟକାରୀ ହେଉଛି। ଆରଆରଟି ମାଧ୍ୟମରେ ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କିଛିଦିନ ତଳେ ୧୯୨୯ ହେଲପଲାଇନ ନମ୍ବରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା କିଛି ସମୟ ପାଇଁ କାମ ଦେଇ ନଥିଲା। ଏସବୁ ତ୍ରୁଟିର ସମାଧାନ ହୋଇଯାଇଛି। ଏଣିକି ଭୁବନେଶ୍ଵର ବାସିନ୍ଦା ୧୯୨୯ ହେଲପଲାଇନ ନମ୍ବର ସେବାର ଲାଭ ଉଠାଇ ପାରି‌ବେ।

Leave a Reply

Your email address will not be published. Required fields are marked *

Back to top button