ଭୁବନେଶ୍ଵର ପାଇଁ ଆବଶ୍ୟକ ହେବ କରୋନା ନେଗେଟିଭ୍ ରିପୋର୍ଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ହେଁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ। ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି। ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏସଆରସିଙ୍କ ଗାଇଡଲାଇନକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କଟକଣାକୁ ଆହୁରି କଡାକଡି କରଯୁବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଶ୍ରୀ ଚୌଧୁରୀ କହିଛନ୍ତି ରାଜ୍ୟ ଓ ଦେଶ ବାହାରୁ ଭୁବନେଶ୍ୱରକୁ ଆସୁଥିବା ଲୋକମାନଙ୍କ ଉପରେ ଆମେ ନଜର ରଖିଛୁ। ଲୋକମାନଙ୍କୁ ଅଧିକ ସଚେତନ କରାଇବାକୁ ଗୁରୁତ୍ୱ ଦିଆଯାଉଛି। ସେ କହିଲେ
ଏପ୍ରିଲ୍ ୧ ତାରିଖରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଆମେ ଲୋକଙ୍କୁ ଅନୁରୋଧ କରିବୁ। କୋଭିଡ୍ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ୍ ରିପୋର୍ଟ ଆଣିବା ପାଇଁ ନିର୍ଦ୍ଦେଶ ଜାରି ହେବ। ବାହାରୁ ଆସୁଥିଲେ ସାଥିରେ ତିନିଦିନର ନେଗେଟିଭ୍ ରିପୋର୍ଟ ଆଣିବାକୁ କୁହାଯିବ।

ସୂଚନାଯୋଗ୍ୟ ଆଜି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୩୩ ଜଣ ଥିବାବେଳେ ଖୋର୍ଦ୍ଧାରୁ ୩୨ ଓ କଟକରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button