ଭୁବନେଶ୍ୱରରେ ୬୦ କରୋନା ପଜିଟିଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୦ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୨୦ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

ଗୁରୁବାର ଚିହ୍ନଟ ସ୍ଥାନୀୟ ଅଞ୍ଚଳର ୨୦ଜଣଙ୍କ ମଧ୍ୟରେ ଭୀମଟାଙ୍ଗି, ଜାଗମରା, ବମିଖାଲ, ନୟାପଲ୍ଲୀ ଆଇଆର୍‌ସି ଭିଲେଜ, ସାଲିଆ ସାହି, ସମ୍‌ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ନୟାପଲ୍ଲୀ ବେହେରା ସାହି, ସାଲିଆ ସାହି ଶ୍ରୀରାମ ନଗର, କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, ପଟିଆ ରେଲୱେ ଷ୍ଟେସନ ନିକଟରୁ ଜଣେ ଟ୍ୟାକ୍ସି ଡ୍ରାଇଭର, ଆଚାର୍ଯ୍ୟ ବିହାର ବିଶେଶ୍ୱର ବସ୍ତି ଜଣେ, ଜୟଦେବ ବିହାରରୁ ୨ ଜଣ, ସାଲିଆ ସାହି ନିରଙ୍କରୀ ନଗରରୁ ୨ ଜଣ ଓ ଏକ ସରକାରୀ ହସ୍ପିଟାଲର ୩ ଜଣ ପୁରୁଷ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୪୦ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମତାମତ ଦିଅନ୍ତୁ ।