ଭୁବନେଶ୍ୱରରେ ଆଜି ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଆଜି ଚିହ୍ନଟ ହୋଇଛନ୍ତି ୨୭୭ ଜଣ ଆକ୍ରାନ୍ତ। ଏଥିରୁ ୧୮୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦେଇଛି।

ଶନିବାର ବିଏମ୍‌ସିର ତଥ୍ୟ ଅନୁଯାୟୀ ଆଇଆରସି ଭିଲେଜ ଏନ୍‌-୩, ସାମନ୍ତରାପୁରରୁ ୮-୮ ଜଣ, ନିଳାଦ୍ରୀ ବିହାର, ସାଲିଆସାହି, ସାମନ୍ତରାପୁରରୁ ୬-୬ ଜଣ, ବଡ଼ଗଡ଼ ବ୍ରିଟ କଲୋନି, ବିଡିଏ କଲୋନି, ନୟାପଲ୍ଲୀ (ଏକ ହୋଟେଲର କର୍ମଚାରୀ), ୫ ଜଣ ଲେଖାଏଁ, ବରମୁଣ୍ଡା ଏଚ୍‌ବି କଲୋନି, ମୈତ୍ରୀ ବିହାର, ଭାଗବତ ସଦନ, ଜଳେଶ୍ୱର ବସ୍ତି, ଆଇଆରସି ଭିଲେଜରୁ ୪-୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ତାରିଣୀ ବସ୍ତିରୁ ୬ ଜଣ, ଶୈଳଶ୍ରୀ ବିହାର, ଫୟାର ଷ୍ଟେସନ ବସ୍ତି, ଆଇଜି ପାର୍କ ଓ ନୟାପଲ୍ଲୀ ନୂଆସାହିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୫୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩୨୫୧ ଜଣ ସୁସ୍ଥ ହୋଇଛନ୍ତି। ୧୮୩୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୨୩ ଜଣଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।