ଭୁବନେଶ୍ୱରରେ ଆରମ୍ଭ ହେଲା ନୂଆ ସାଇବର କମ୍ପ୍ଲେକ୍ସ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ନୂଆ ସାଇବର କମ୍ପ୍ଲେକ୍ସ। ସାଇବର ଅପରାଧିଙ୍କ ଉପରେ ଏହି ସାଇବର କମ୍ପ୍ଲେକ୍ସ ନଜର ରଖିବ। ଏଣିକି ସୋସିଆଲ ମିଡିଆର ଅପବ୍ୟବହାର କରିବା ଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ଆଉ ଖସିଯାଇ ପାରିବେ ନାହିଁ।

ସୋମବାର ଡିଜିପି ଅଭୟ ଭୁବନେଶ୍ୱର କେଶରୀ ନଗରରେ ନୂଆ ସାଇବର କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ଏହା ପୂର୍ବରୁ ଏହି କମ୍ପ୍ଲେକ୍ସ କଟକରେ କାର୍ଯ୍ୟ କରୁଥିଲା। ଏହାକୁ ଅପଗ୍ରେଡ଼ କରାଯାଇ ଭୁବନେଶ୍ଵରରେ ଆରମ୍ଭ କରାଯାଇଛି। ଏଠାରେ ସାଇବର କମ୍ପ୍ଲେକ୍ସ ଖୋଲିବା ପରେ ସାଇବର ଷ୍ଟେସନ ଏବେ ୪ରେ ପହଞ୍ଚିଛି। ପୂର୍ବରୁ ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ଥିଲା। ଏହି କମ୍ପ୍ଲେକ୍ସରେ ସୋସିଆଲ ମିଡିଆର ଲ୍ୟାବ କାର୍ଯ୍ୟକ୍ଷମ ହେବ। ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ ତଦନ୍ତ କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି।

ମତାମତ ଦିଅନ୍ତୁ ।