ଭୁବନେଶ୍ଵରରେ ହେବ ଆଉ ଦୁଇଟି ଶ୍ମଶାନ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଖୁବ୍‌ ଶୀଘ୍ର ଆଉ ଦୁଇଟି ଶ୍ମଶାନ କାର୍ଯ୍ୟକ୍ଷମ କରାଯିବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ଵର ମହାନଗର ନିଗମ କମିସନର୍ ପ୍ରେମ ଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଦୁଇଟି ଶ୍ମଶାନ ମଧ୍ୟରୁ ପଟିଆ ଅଞ୍ଚଳରେ ହେବାକୁ ଥିବା ଶ୍ମଶାନଟି ବାଷ୍ପ-ଭିତ୍ତିକ ଦାହ ବ୍ୟବସ୍ଥା ଓ ଖଣ୍ଡଗିରି ଅଞ୍ଚଳରେ ବୈଦ୍ୟୁତିକ ଦାହ ବ୍ୟବସ୍ଥା ରହିବ। ଗୋଟିଏ ମାସ ମଧ୍ୟରେ ଏ ଦୁଇଟି ଶ୍ମଶାନର କାର୍ଯ୍ୟ ଶେଷ ହେବ।

ମତାମତ ଦିଅନ୍ତୁ ।