Breaking Newsରାଜ୍ୟ

ଭୁବନେଶ୍ଵରରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ

ଭୁବନେଶ୍ଵର : ସ୍ପାଇସ୍ ଜେଟ୍ ବିମାନ ଯୋଗେ ଆଜି ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଆସି ପହଞ୍ଚିଛି କରୋନା ଟିକା କୋଭିସିଲ୍ଡ। ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍‌ରୁ ଏଠାରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ଟିକାକୁ ରାଜ୍ୟ ଔଷଧ ନିଗମକୁ ନିଆଯାଉଛି। ଆସନ୍ତ ୧୬ ତାରିଖ ଦିନ ଟିକାକରଣ କରାଯିବ।

ଖବର ଅନୁଯାୟୀ ଯେତିକି ପରିମାଣର ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଟିକା ଦିଆଯିବ। ଏହାପରେ ଆସିବ ଆଉ ୨୦ ହଜାର କୋଭାକ୍ସିନ୍ ଚିକା‌। ପ୍ରଥମେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ।

ମତାମତ ଦିଅନ୍ତୁ ।

Back to top button