Breaking Newsରାଜ୍ୟ

ଭୁବନେଶ୍ଵରରୁ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୧୩୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୩ ୱାରେଣ୍ଟାଇନ ଓ ୨୪ ଜଣ ସ୍ଥାନୀୟ ଅଞ୍ଚଳର। ଭୁବନେଶ୍ଵର ମହାନଗର ନିଗମ ତଥ୍ୟ ଅନୁଯାୟୀ ସାଲିଆସାହିରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଛନ୍ତି। ସେହିପରି ଭୀମପୁରରୁ ୯, ଗଙ୍ଗନଗର ବସ୍ତିରୁ ୮, ଓସିସି ବସ୍ତିରୁ ୭, ବଡ଼ଗଡ଼ରୁ ୬, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୫ ଚିହ୍ନଟ ହୋଇଛନ୍ତି। ଏହାଛଡା ୟୁନିଟ-୯ରୁ ୫, ଗଙ୍ଗନଗରରୁ ୪, ସତ୍ୟନଗରରୁ ୪, ଏକ ଘରୋଇ ହସ୍ପିଟାଲର ୪ କର୍ମଚାରୀଙ୍କର କରୋନା ପଜିଟିଭ ଆସିଛି। ୧୧୮ ଆକ୍ରାନ୍ତ ଆଜି ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।

Back to top button