Breaking Newsରାଜ୍ୟ
ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୮ ଜଣ କ୍ୱାରେଣ୍ଟାଇନ୍ରୁ ଓ ୬୮ ଲୋକାଲ୍ କେସ୍। ଭୁବନେଶ୍ୱର ମହାନଗର ନିଗମ ଏହି ସୂଚନା ଦେଇଛି।
ରବିବାର ତଥ୍ୟ ଅନୁଯାୟୀ ସାଲିଆସାହିରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୪, ୟୁନିଟ୍-୯ରୁ ୫, ଆଇଆର୍ସି ଭିଲେଜରୁ ୪, ଶୈଳେଶ୍ରୀ ବିହାର, ଗଙ୍ଗନଗର ଓ ରିଜର୍ଭ ପୋଲିସ କଲୋନୀରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କୁହାଯାଇଛି।