ଭୁବନେଶ୍ୱରରୁ ୪୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ୩୪ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଛନ୍ତି ୫୩ ଜଣ।

ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ ଭରତପୁର ଅଂଚଳର ଜଣେ ୨୪ ବର୍ଷିଅ ପୁରୁଷ, ୟୁନିଟ-୫ର ୪୭ ବର୍ଷିଅ ପୁରୁଷ, ବରମୁଣ୍ଡା ଜଗନ୍ନାଥ ବିହାର ଜଣେ ୩୨ ବର୍ଷିଅ ପୁରୁଷ, ଗଂଗନଗର ଜଣେ ୬୫ ବର୍ଷିଅ ପୁରୁଷ, ନିର୍ମାଣ କଂପାନିର ଜଣେ ୨୮ ବର୍ଷିଅ ପୁରୁଷ, ପୁରୁଣା ଭୁବନେଶ୍ୱର ବାରିକ ସାହିର ଜଣେ ୩୯ ବର୍ଷିଅ ପୁରୁଷ, ରସୁଲଗଡ଼ ଜିଜିପି କଲୋନିର ୩ ଜଣ (୪୫ ବର୍ଷିଅ ମହିଳା, ୫୧ ଓ ୪୬ ବର୍ଷିଅ ପୁରୁଷ), ବିମାନବନ୍ଦର ନିକଟ ଭୀମପୁରର ଜଣେ ୨୪ ବର୍ଷିଅ ପୁରୁଷ, କ୍ଷୀର ପରିସର ନିକଟ ଜାଗମରା ଜଣେ ୫୮ ବର୍ଷିଅ ପୁରୁଷ, ମଂଚେଶ୍ୱର ୫ ଜଣ ପୁରୁଷ (୫୬ ବର୍ଷ, ୩୪ ବର୍ଷ, ୩୧ ବର୍ଷ, ୨୮ ବର୍ଷ ଓ ୪୩ ବର୍ଷ), ନୟାପଲ୍ଲୀର ଏନ-୬ ଅଚଂଳର ୪ ଜଣ (୩୬, ୧୫ ଓ ୧୨ ବର୍ଷୀୟ ମହିଳା ଏବଂ ୨୨ ବର୍ଷିଅ ପୁରୁଷ) ପୂର୍ବରୁ ଚିହ୍ନଟ ଜଣେ କରୋନା ଆକ୍ରାନ୍ତଙ୍କ ସଂପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ମେଡିକାଲ କଲେଜର ୩ ଜଣ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୨୧ ଓ ୧୯ ବର୍ଷ (ପୁରୁଷ) ଏବଂ ଜଣେ ୪୧ ବର୍ଷୀୟ ମହିଳା। ଏମାନେ ଆନ୍ଧ୍ରପ୍ରଦେଶ ଫେରନ୍ତା। ଉତ୍ତର ପ୍ରଦେଶ ଫେରନ୍ତା ବରମୁଣ୍ଡା ବିଡିଏ କମ୍ପେ୍ଲକ୍ସ ନିବାସୀ ଜଣେ ୩୧ ବର୍ଷିଅ ପୁରୁଷ, ବିହାର ଫେରନ୍ତ ମୈତ୍ରୀ ବିହାର ନ୍ୟୁ ଏଲଆଇସି କଲୋନିର ଜଣେ ୨୧ ବର୍ଷିଅ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି।

  ପିପିଲି ଉପ ନିର୍ବାଚନ : ମହାରଥୀଙ୍କ ପତ୍ନୀ କହିଲେ ସୁଯୋଗ ମିଳିଲେ ଖୁସି ହେବି

ପୁରୁଣା ଭୁବନେଶ୍ୱରର କେଦାର ଗୌରୀ ଛକ ଅଂଚଳରୁ ଜଣେ ୨୭ ବର୍ଷୀୟ ମହିଳା, ଝାରପଡ଼ା ହନୁମାନ ମନ୍ଦିର ଅଂଚଳର ଜଣେ ୨୬ ବର୍ଷିଅ ପୁରୁଷ, ସୁନ୍ଦରପଦା ଜଣେ ୩୮ ବର୍ଷିଅ ପୁରୁଷ, ନୟାପଲ୍ଲୀ ସୀତାପୁର ବସ୍ତିର ଜଣେ ୨୬ ବର୍ଷିଅ ପୁରୁଷ, ୟୁନିଟ-୩ ଖାରବେଳ ନଗର ଜଣେ ୨୯ ବର୍ଷୀୟ ମହିଳା, ଅନ୍ୟ ଜିଲ୍ଲାରୁ ଆସି ଭୁବନେଶ୍ୱରରେ ରହୁଥିବା ଜଣେ ୩୧ ବର୍ଷିଅ ପୁରୁଷ, ବିଡିଏ ଚନ୍ଦ୍ରଶେଖରପୁରରେ ରହୁଥିବା ଜଣେ ୪୯ ବର୍ଷିଅ ପୁରୁଷ, ସତ୍ୟନଗର ଜଣେ ୪୬ ବର୍ଷିଅ ପୁରୁଷ, କଳିଙ୍ଗ ନଗରର ଜଣେ ୫୯ ବର୍ଷିଅ ପୁରୁଷ ପୂର୍ବରୁ ଚିହ୍ନଟ ଜଣେ କରୋନା ଆକ୍ରାନ୍ତଙ୍କ ସଂପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ୧୫ ଜଣ ଲୋକାଲ କଣ୍ଟ୍ରାକ୍ଟରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବରମୁଣ୍ଡା ଜଗନ୍ନାଥ ବିହାରରୁ ଜଣେ ୮ ବର୍ଷିଅ ବାଳକ, ଏଜି ଛକ ନିକଟରୁ ଜଣେ ୩୮ ବର୍ଷିଅ, ପୋଖରୀପୁଟ ଅଚଂଳରୁ ଜଣେ ୨୦ ବର୍ଷିଅ ପୁରୁଷ, ନୟାପଲ୍ଲୀ ମହିମା ଢ଼ାବା ନିକଟରୁ ଜଣେ ୨୫ ବର୍ଷିଅ ପୁରୁଷ, ଗଙ୍ଗନଗର ଅଂଚଳରୁ ଜଣେ ୩୩ ବର୍ଷିଅ ପୁରୁଷ, ୟନିଟ-୩ରୁ ଜଣେ ୫୬ ବର୍ଷିଅ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୨୪ ବର୍ଷିଅ ପୁରୁଷ, ଭରତପୁର ଅଂଚଳରୁ ଜଣେ ୩୭ ବର୍ଷିଅ ପୁରୁଷ, ଖାରବେଳନଗରରୁ ଜଣେ ୬୦ ବର୍ଷିଅ ପୁରୁଷ, ବିଜେବି ନଗରରୁ ଜଣେ ୪୦ ବର୍ଷିଅ ପୁରୁଷ, ଖଣ୍ଡଗିରି ନିକଟ ବିକାଶ ସ୍କୁଲ ଅଂଚଳରୁ ଜଣେ ୪୬ ବର୍ଷିଅ ପୁରୁଷ, ଖଣ୍ଡଗିରି ପ୍ଲାଜା ନିକଟରୁ ଜଣେ ୬୯ ବର୍ଷିଅ ପୁରୁଷ, ନୟାପଲ୍ଲୀ ନୂଆଁସାହିରୁ ଜଣେ ୬୦ ବର୍ଷିଅ ପୁରୁଷ, ଟଙ୍କପାଣିରୋଡ ଅଂଚଳରୁ ଜଣେ ୫୧ ବର୍ଷିଅ ପୁରୁଷ ଓ ପୋଖରୀପୁଟ ଅଂଚଳରୁ ଜଣେ ୨୨ ବର୍ଷିଅ ମହିଳା ବାହାରକୁ ନଯାଇ କରୋନା ସଂକ୍ରମଣର ଶିକାର ହୋଇଛନ୍ତି।

ମତାମତ ଦିଅନ୍ତୁ ।