ଭୁବନେଶ୍ୱରରୁ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୬ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୮ ରହିଛି ଲୋକାଲ କେସ୍। ଏହି ସୂଚନା ଦେଇଛି ଭୁବନେଶ୍ଵର ମହା ନଗର ନିଗମ।

ରବିବାର ଚିହ୍ନଟ ଲୋକାଲ କେସ୍ ମଧ୍ୟରେ ଭୀମଟାଙ୍ଗୀରୁ ଜଣେ ଓ ଲକ୍ଷ୍ମୀସାଗର ଉପରସାହିରୁ ୨ ଜଣ, ସାଲିଆସାହି ମହାବୀର ନଗରରୁ ୩ଜଣ, ଶ୍ରୀରାମନଗର ଲିଙ୍କରେ ସାଲିଆସାହିର ଆଉ ୪ଜଣ, ଚକେଇସିଆାଣୀ ଉଗାଳମଣି ମନ୍ଦିର ପାଖରୁ ଜଣେ, ଭୋଇ ନଗରରୁ ଜଣେ ଓ ହଟସ୍ପଟ୍ ଜିଲ୍ଲା ଲିଙ୍କରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ସତ୍ୟନଗରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା ରଘୁନାଥ ମନ୍ଦିର ପାଖରୁ ୪ ଜଣ, ମଞ୍ଚେଶ୍ୱର ଧିରିକୁଟୀ ସାହିରୁ ୨ ଜଣ, ଆଚାର୍ଯ୍ୟ ବିହାର ଓ ନୀଳାଦ୍ରିବିହାରରୁ ଜଣେ ଲେଖାଏଁ, କଳିଙ୍ଗ ନଗରରୁ ୧ ଓ ପୋଖରୀପୁଟରୁ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାଛଡା ଭୁବନେଶ୍ୱର ସହରରୁ ଆଜି ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

  କୃଷି ଆଇନ୍‌ ପ୍ରତ୍ୟାହାର ଦାବି : ରାଜଭବନ ଘେରିଲା କଂଗ୍ରେସ

ମତାମତ ଦିଅନ୍ତୁ ।