Breaking Newsରାଜ୍ୟ

ଭୁବନେଶ୍ଵରରୁ ପୁଣି ଚିହ୍ନଟ ହେଲେ ୪୫ କରୋନା ପଜିଟିଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରୁ ଆଜି ପୁଣି ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ୬୦୨ରେ ପହଞ୍ଚିଥିବା ବେଳେ ୨୮୬ଟି ସକ୍ରିୟ ମାମଲା ରହିଛି। ୭ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ୩୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶୁକ୍ରବାର ଚିହ୍ନଟ ୪୫ଜଣଙ୍କ ମଧ୍ୟରୁ ୩୫ଟି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦ଟି ସ୍ଥାନୀୟ ମାମଲା ରହିଛି। ଏଥିସହ ୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ମତାମତ ଦିଅନ୍ତୁ ।

Back to top button