ଭୁଜାଲି ଦେଖାଇ ୨୫ ଲକ୍ଷ ଟଙ୍କାର ସୁନା ଲୁଟ୍‌

ସୋର : ପଲସର ବାଇକ୍‌ରେ ଆସି ଭୁଜାଲି ଦେଖାଇ ୫ ଶହ ଗ୍ରାମର ସୁନା ଲୁଟିଲେ ଦୁର୍ବୃତ୍ତ। ବାଲେଶ୍ଵର ଜିଲ୍ଲା ସୋରୋ ଅଞ୍ଚଳରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ସୁନା କାରିଗର ପ୍ରାୟ ୫ ଶହ ଗ୍ରାମର ସୁନା ଅଳଙ୍କାର ଧରି ଆସୁଥିଲେ। ଏହି ଅଳଙ୍କାର ବାଲେଶ୍ଵରରେ ବିଭିନ୍ନ ସୁନା ଦୋକାନୀଙ୍କୁ ଦେଇଥାନ୍ତେ। କିନ୍ତୁ ୧୬ନଂ ଜାତୀୟ ରାଜପଥ ପାଇକାଳିଠାରେ ତାଙ୍କ ଠାରୁ ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ସୁନା ଲୁଟି ନେଇଥିଲେ। ଚୋରି ହୋଇଥିବା ସୁନାର ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ସୋର ଥାନାରେ ସୁନା କାରିଗର ଏତଲା ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।