ଭୁଲରେ ଖାଲି ପେଟରେ ଏହି ଜିନିଷ ଖାଆନ୍ତୁ ନାହିଁ, ସ୍ବାସ୍ଥ୍ୟଗତ ସମସ୍ୟା ଭୋଗିପାରନ୍ତି

ଭୁବନେଶ୍ବର: ଏମିତି  ବହୁତ  ଲୋକ ଅଛନ୍ତି ଯେଉଁମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ସତର୍କ ରହିଥାନ୍ତି ।  ସେ ସୁସ୍ଥ ଶରୀର ପାଇଁ ଅନେକ ପ୍ରକାରର କାମ କରିଥାନ୍ତି ।  କିଛି ଲୋକ  ଏମିତି ହୋଇଥାନ୍ତି କି ଯିଏ  ସକାଳେ ଉଠି  ଖାଲି ପେଟରେ ଗଜା ଶସ୍ୟ  ଓ ଡ୍ରାଇ ଫୁଡ୍ସ  ଖାଇଥାନ୍ତି ।  କିଛି ଏମିତି ଅଛନ୍ତି ଯିଏ ଖାଲି ପେଟରେ ଫଳ ଖାଇଥାନ୍ତି।  କିନ୍ତୁ ଆପଣଙ୍କ ଜାଣିଛନ୍ତି କି ଅନେକ ଜିନିଷ ଅଛି ଯାହାକୁ କି ଖାଲି ପେଟରେ ଖାଇବା ଉଚିତ୍‌ ନୁହେଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଆସନ୍ତୁ ଏ ସମ୍ପର୍କରେ ଜାଣିବା:- 

ପିଜୁଳି: ଯେଉଁ  ଲୋକଙ୍କର ପାଚନ ଶକ୍ତି ଦୁର୍ବଳ,  ସେମାନେ ଖାଲି ପେଟରେ ପିଜୁଳି ଖାଇବା ଉଚିତ୍‌ ନୁହେଁ ।  ଖାଲି ପେଟରେ ପିଜୁଳି ଖାଇଲେ ପେଟରେ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୁଏ । ପେଟ ଫୁଲିବା ଆରମ୍ଭ ହୁଏ । ଥଣ୍ଡା ଦିନରେ  ଏହାକୁ ଖାଲି ପେଟରେ ଖାଇଲେ ଯନ୍ତ୍ରଣା ଭଳି ସମସ୍ୟା  ହୋଇପାରେ। 

ଟମାଟୋ: ଟମାଟୋରେ ଅଧିକ ମାତ୍ରାରେ ଅମ୍ଳଗୁଣ ଥାଏ । ଏହି କାରଣରୁ  ଏହାର ଅଧିକ ବ୍ୟବହାରରେ ଏସିଡିଟିର କାରଣ ହୋଇପାରେ ଏବଂ ଛାତିରେ ଜଳାପୋଡ଼ା ସମସ୍ୟା ସୃଷ୍ଟି ହୁଏ । 

ଖଟା ଫଳ ସେବନ କରନ୍ତୁ ନାହିଁ: ସକାଳ ସମୟରେ ଖାଲି ପେଟରେ ଖଟା ଓ ଫାଇବର  ଯୁକ୍ତ  ଫଳ  ଭଳି ପିଜୁଳି ଓ କମଳା ଆଦି  ଖାଇବାରୁ ନିବୃତ୍ତ  ରହିବା ଉଚିତ୍‌ । ପାଚନ ଯନ୍ତ୍ର ଉପରେ ଏହାର ଭଲ ପ୍ରଭାବ ପଡ଼ିନଥାଏ । ଏହିପରି ଦହିକୁ ମଧ୍ୟ ଖାଲି ପେଟରେ  ଖାଇବା ଉଚିତ୍‌ ନୁହେଁ , ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ । 

ଖାଲି ପେଟରେ ଚା ପିଇବାରୁ ନିବୃତ୍ତ ରୁହନ୍ତୁ: ଖାଲି ପେଟରେ ସକାଳ ଚା ପିଇବାରୁ ନିବୃତ୍ତ ରୁହନ୍ତୁ ।  ଚା’ରେ  ଅନେକ  ପ୍ରକାରର ଏସିଡ୍‌ ହୋଇଥାଏ ।  ଖାଲି ପେଟରେ ଚା ପିଇଲେ ନିଜ ପେଟକୁ ସିଧା ସମସ୍ୟା ସୃଷ୍ଟି ହୋଇଥାଏ ।  ଲୋକଙ୍କ ଏହା ବିଶ୍ୱାସ ଯେ , ସକାଳେ ଖାଲି ପେଟରେ  ଚା ପିଇଲେ ଶରୀରରେ ତତ୍ପରତା ଆସିଥାଏ । କିନ୍ତୁ ଏହି କଥା ମିଛ । ଖାଲି ପେଟରେ ଚା ପିଇବା ଦ୍ୱାରା ଦିନ ସାରା କ୍ଲାନ୍ତ ଓ ଚିଡିଚିଡ଼ା ସ୍ୱଭାବ ଲାଗି ରହେ ।

ମତାମତ ଦିଅନ୍ତୁ ।