ଭୂମିକମ୍ପ : ଜାଭା ଓ ବାଲି ଦ୍ଵୀପରେ ବ୍ୟାପକ କ୍ଷୟକ୍ଷତି

0

ଜାଭା : ଇଣ୍ଡୋନେସିଆରେ ଭୂମିକମ୍ପ। ଭାରତ ମହାସାଗରରେ ବଡ ଧରଣର ଭୂମିକମ୍ପ ଯୋଗୁ ପୂର୍ବ ଜାଭା ଓ ବାଲି ବୀପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା ବିଏମକେଜି କହିଛି ଭୂମିକମ୍ପ ପୂର୍ବ ଜାଭାର ଦକ୍ଷିଣ ଉପକୂଳଠାରୁ ୯୧ କିଲୋମିଟର ଦୂର ଭାରତ ମହାସାଗରର ୯୬ କିଲୋମିଟର ଗଭୀରରେ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ଥିଲା। ଏହାପରେ ଅଳ୍ପ ତୀବ୍ରତାର ଆଉ କେତୋଟି ଭୂମିକମ୍ପ ହୋଇଥିଲେ ମଧ୍ୟ ସୁନାମୀର ଆଶଙ୍କା ନାହିଁ।

ଭୂମିକମ୍ପରେ ପୂର୍ବ ଜାଭା ଓ ବାଲି ଦ୍ଵୀପରେ ସାଧାରଣ ଲୋକଙ୍କ ଘର, ସରକାରୀ କୋଠା, ସଂସଦୀୟ ଭବନ ଓ କେତେକ ହସପିଟାଲର କୋଠା ଭାଙ୍ଗିଯାଇଛି। ସଠିକ ତଥ୍ୟ ମିଳିନଥିଲେ ହେଁ ଏହି ଭୂମିକମ୍ପ ଯୋଗୁଁ ଲୁମାଜାଙ୍ଗ ଅଞ୍ଚଳର ଘରର କଂକ୍ରିଟ ଖସିପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.