ବିବାଦ ପାଇଁ ‘ତନିଷ୍କ’ ହଟାଇଲା ବିଜ୍ଞାପନ ଭିଡିଓ

ନୂଆଦିଲ୍ଲୀ : ବିଜ୍ଞାପନକୁ ନେଇ ଟାଇଟନ୍ ଗ୍ରୁପର ଜୁଏଲରୀ ବ୍ରାଣ୍ଡ୍ ତନିଷ୍କ ବିବାଦରେ ଫସିଛି। ଅନ୍ୟ ଧର୍ମରେ ବିବାହକୁ ବିଜ୍ଞାପନ ପ୍ରୋତ୍ସାହିତ କରୁଥିବା ହୋଇଛି ଅଭିଯୋଗ। ଲୋକଙ୍କ ଆକ୍ରୋଶ ପାଇଁ ପରିସ୍ଥିତି ଏପରି ହେଲା ଶେଷରେ ତନିଷ୍କକୁ ବିଜ୍ଞାପନ ଭିଡିଓଟିକୁ ଡିଲିଟ୍ କରିବାକୁ ପଡିଛି।

ଇଣ୍ଟର ରିଲିଜିୟନ ମ୍ୟାରେଜ୍ ବା ଅନ୍ୟ ଧର୍ମରେ ବିବାହ ଉପରେ ଆଧାରିତ ତନିଷ୍କର ଏହି ବିଜ୍ଞାପନଟି ଗତ ସପ୍ତାହରେ ରିଲିଜ୍ ହୋଇଥିଲା। ଏଥିରେ ଜଣେ ହିନ୍ଦୁ ଧର୍ମର ଝିଅ ହୋଇଛନ୍ତି ମୁସଲମାନ ଘରେ ବୋହୂ। ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଗର୍ଭବତୀ ବୋହୂର ସାଦ ଖିଆକୁ ପାଳନ କରୁଛନ୍ତି ମୁସଲମାନ ଶାଶୁ। ବୋହୂ ଶାଶୁଙ୍କୁ ପଚାରୁଛନ୍ତି ମାଆ ଏହି ପରମ୍ପରା ତ ଆପଣଙ୍କ ଘରେ ହୁଏ ନାହିଁ ? ଉତ୍ତରେରେ ଶାଶୁ କୁହଛନ୍ତି ଝିଅମାନଙ୍କୁ ଖୁସି ରଖିବା ପରମ୍ପରା ତ ସବୁ ଘରେ ଥାଏ ନା। ବିଜ୍ଞାପନରେ ଏହି ଦୃଶ୍ୟ ପ୍ରଦର୍ଶିତ ହୋଇଥିବାରୁ ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ଆକ୍ରୋଶର ଶିକାର ହୋଇଛି ତନିଷ୍କ। ଅନେକ ଏହାକୁ ବିରୋଧ କରିଛନ୍ତି। ଟ୍ୱିଟରରେ ଲୋକେ ମନଇଚ୍ଛା ଟ୍ରୋଲ୍ କରୁଛନ୍ତି।

ସେହିପରି ସୋଶାଲ ମିଡିଆରେ ବିଜ୍ଞାପନକୁ ନେଇ ଲଭ୍ ଜିହାଦ୍ ପ୍ରସଙ୍ଗ ଜୋର୍ ଧରିଛି। ଲଭ୍ ଜିହାଦକୁ ପ୍ରୋତ୍ସାହିତ କଲା ଭଳି ଏହି ବିଜ୍ଞାପନକୁ ପ୍ରସ୍ତୁତ କରିଥିବା ଅଭିଯୋଗ ହେଉଛି। ଲୋକଙ୍କ କହିଛନ୍ତି “ବିନା ଜାତି, ଧର୍ମରେ ବିଜ୍ଞାପନ କାହିଁକି ପ୍ରସ୍ତୁତ କରାଯାଉନି। ଅନେକେ କହିଛନ୍ତି ଦମ୍ ଅଛି ଯଦି, ହିନ୍ଦୁ ଧର୍ମର ଶାଶୁ ଓ ମୁସଲିମ୍ ବୋହୂକୁ ଚିତ୍ରଣ କରିକି ଦେଖାଅ। ପ୍ରତ୍ୟେକ ସ୍ଥାନରେ ହିନ୍ଦୁ ଝିଅ, ବୋହୂଙ୍କୁ ହିଁ କାହିଁକି ଟାର୍ଗେଟ୍ କରୁଛ। ଏଭଳି ବିବାଦ ବଢ଼ି ଚାଲିବାରୁ ତନିଷ୍କ ବିଜ୍ଞାପନ ଭିଡିଓଟିକୁ ଡିଲିଟ୍ କରିଛି।

ମତାମତ ଦିଅନ୍ତୁ ।