ବିବାହ ବିଚ୍ଛେଦ ମାମଲା: ସୁପ୍ରିମ୍‌କୋର୍ଟକୁ ଗଲେ ବର୍ଷା

ଭୁବନେଶ୍ଵର : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ଜଟିଳ ହେଉଛି। ଦିଲ୍ଲୀର ପଟିଆଲା ହାଉସ୍‌ରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାପାଇଁ ଅନୁଭବ କରିଥିବା ଆବେଦନକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତରିତ କରିବାକୁ ବର୍ଷା ସୁପ୍ରିମ୍‌କୋର୍ଟରେ ନିବେଦନ କରିଛନ୍ତି। ଏଥିପାଇଁ ସେ ନିଜର ଅସୁବିଧା ଆବେଦନ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଅନୁଭବ ପଟିଆଲା କୋର୍ଟରେ କରିଥିବା ମାମଲାର ଶୁଣାଣି ଅକ୍ଟୋବର ୮ ତାରିଖରେ ହେବ।

ମତାମତ ଦିଅନ୍ତୁ ।