ବିବାହ କରିବେ କାଜଲ ଅଗ୍ରୱାଲ

ମୁମ୍ବାଇ : ସିଂଘମ ଫେମ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହା ତାଙ୍କ ଶୁଭେଚ୍ଛୁମାନଙ୍କ ପାଇଁଖୁସି ଖବର। କାଜଲଙ୍କ ପରିବାର ଲୋକେ ତାଙ୍କ ପାଇଁ ପୁଅ ଖୋଜୁଥିଲେ। ଏବେ ତାହା ମିଳି ସାରିଛି। ବ୍ୟବସାୟୀ ଗୌତମ କିଚଲୁଙ୍କୁ କାଜଲ ବିବାହ କରିବେ ବୋଲି ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି। କାଜଲ ଏକ ପୋଷ୍ଟରେ ଲେଖିଛନ୍ତି ଖୁବ୍‌ ଶୀଘ୍ର ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଖାଲି ସେତିକି ନୁହେଁ ପୋଷ୍ଟରେ ଅକ୍ଟୋବର ୩୦ ତାରିଖରେ ସେ ମୁମ୍ବାଇରେ ବିବାହ କରୁଥିବା ଜଣାଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ କେବଳ ପରିବାର ଲୋକ ସାମିଲ ହେବେ ଶୁଣିବାକୁ ମିଳୁଛି।

ମତାମତ ଦିଅନ୍ତୁ ।