ବିବାହ ନିମନ୍ତ୍ରଣ କାର୍ଡ଼ରେ ବର-କନ୍ୟାଙ୍କ ଜନ୍ମ ତାରିଖ ବାଧ୍ୟତାମୂଳକ

0

ଜୟପୁର : ବାଲ୍ୟ ବିବାହକୁ ରୋକିବା ପାଇଁ ରାଜସ୍ଥାନ ସରକାରଙ୍କ ନୂଆ ପଦକ୍ଷେପ। ନିଷ୍ପତ୍ତି ହୋଇଛି ବିବାହ ନିମନ୍ତ୍ରଣ କାର୍ଡ଼ରେ ବର ଓ କନ୍ୟାଙ୍କ ଜନ୍ମ ତାରିଖ ସ୍ପଷ୍ଟ ଲେଖାଯିବ। ଏହାକୁ ବାଧ୍ୟତାମୂଳକ କରାଯାଇଛି।

ସରକାର କହିଛନ୍ତି ବିବାହ କାର୍ଡରେ ଜନ୍ମତାରିଖ ଲେଖିବା ଦ୍ୱାରା ବାଲ୍ୟ ବିବାହ ହେଉଥିଲେ ଯେ କୌଣସି ବ୍ୟକ୍ତି ଶିଶୁ ସୁରକ୍ଷା ସମିତି କିମ୍ବା ପୋଲିସକୁ ଜଣାଇପାରିବେ। ସେହିପରି ବାଲ୍ୟ ବିବାହ କିଭଳି ଏକ ଅପରାଧ। ଏଥିପାଇଁ କେଉଁ ସବୁ ଦଣ୍ଡ ଭୋଗିବାକୁ ପଡିଥାଏ ସେ ସମ୍ପର୍କରେ ବିସ୍ତୃତ ଭାବେ ଲୋକଙ୍କୁ କୁହାଯିବ। ତେଣୁ ରାଜ୍ୟରେ ବାଲ୍ୟ ବିବାହକୁ ରୋକିବାକୁ ଏହି ନୂଆ ନିୟମ କରାଯାଇଛି। ବର-କନ୍ୟାଙ୍କର ଜନ୍ମ ତାରିଖ ବିବାହ କାର୍ଡରେ ଛପାଯିବ। ସେଥିପାଇଁ ଉଭୟଙ୍କ ଜନ୍ମ ପ୍ରମାଣପତ୍ରର ଏକ କପି ପ୍ରିଣ୍ଟିଂ ପ୍ରେସକୁ ଦେବାପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.