ବିବାହ ଓ ଶୁଦ୍ଧିକ୍ରିୟାରେ ୫୦ରୁ ଅଧିକ ଯୋଗଦେବା ମନା

0

ଭୁବନେଶ୍ଵର : କମିସନରେଟ ପୋଲିସ ପକ୍ଷରୁ କଟକ ଓ ଭୁବନେଶ୍ଵର ପାଇଁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି। ଏଣିକି ବିବାହ ଉତ୍ସବ ପାଇଁ ଥାନାରୁ ଅନୁୁମତି ଆଣିବାକୁ ପଡ଼ିବ। ବିବାହ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣ ଯୋଗଦେଇପାରିବେ।

ସେହିପରି ବିବାହ ଶୋଭାଯାତ୍ରାକୁ ବାରଣ କରାଯାଇଛି। ଭୋଜିରେ ୫୦ରୁ ଅଧିକ ଅତିଥି ଯୋଗ ଦେଇପାରିବେନି। ୬୫ ବର୍ଷରୁ ଅଧିକ ଓ ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କୁ ଉତ୍ସବକୁ ଆସିବା ମନା। ୧୦ ବର୍ଷରୁ କମ୍‌ ଓ ପ୍ରସୂତିଙ୍କୁ ବିବାହ ଉତ୍ସବକୁ ବାରଣ ବାରଣ କରାଯାଇଥିବା ବେଳେ ସ‌ମସ୍ତେ ୨ ମିଟର ଦୂରତା ବଜାୟ ରଖିବାକୁ କୁହାଯାଇଛି।

Leave A Reply

Your email address will not be published.