ବିବାହ ପାଇଁ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବିଜ୍ଞାପନ

ମହୀଶୁର : ଏକୁଟିଆ ରହୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ୭୩ ବର୍ଷ ବୟସରେ ସେ ଖୋଜୁଛନ୍ତି ଲାଇଫ୍ ପାର୍ଟନର। ଏକ କନ୍ନଡ ଖବରକାଗଜର ମାଟ୍ରିମୋନିଆଲ ଦେଇଛନ୍ତି ବିଜ୍ଞାପନ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ମହିଳା ଜଣଙ୍କ ବିଜ୍ଞାପନରେ ଲେଖିଛନ୍ତି ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ। ଜାତିରେ ବ୍ରାହ୍ମଣ। ବୟସ ୭୩ ବର୍ଷ। ତାଙ୍କଠାରୁ ବୟସରେ ବଡ଼ ଓ ସୁସ୍ଥ ହୋଇଥିବା ଜୀବନସାଥୀ ଆବଶ୍ୟକ। ପ୍ରାର୍ଥୀ ବ୍ରାହ୍ମଣ ଜାତିରୁ ହୋଇଥିବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାପରେ ଟାଇମ୍ସ ଅଫ୍ ଇଣ୍ଡିଆ ମହିଳାଙ୍କ ପ୍ରତିକ୍ରିୟା ଲୋଡ଼ିଥିଲା। ସେ କହିଛନ୍ତି ତାଙ୍କର ବିବାହ ହୋଇଥିଲା। ଛାଡପତ୍ର ହୋଇସାରିଛି। ତା’ଙ୍କ ବାପା, ମା’ଙ୍କର ଦେହାନ୍ତ ହୋଇସାରିଥିବାରୁ ଏକୁଟିଆ ରହୁଛନ୍ତି। ହେଲେ ଅସୁସ୍ଥତା ପାଇଁ ଅନେକ ସମୟରେ ବସ୍‌ ଷ୍ଟପରୁ ଘରକୁ ଚାଲିଚାଲି ଯିବା ପାଇଁ ଭୟ କରୁଛନ୍ତି। ତାଙ୍କ ପାଖରେ କେହି ସମ୍ପର୍କୀୟ ନାହାନ୍ତି। ତେଣୁ ଜୀବନର ବାକି ଦିନଗୁଡ଼ିକୁ ଭଲ ଭାବରେ କାଟିବା ପାଇଁ ସେ ଜଣେ ଜୀବନସାଥୀ ଦରକାର କରୁଛନ୍ତି। ତାଙ୍କର ଏହି ପଦକ୍ଷେପକୁ ଭିନ୍ନ ଭିନ୍ନ ଢଙ୍ଗରେ ଆଲୋଚନା କରାଯାଇପାରେ। କିନ୍ତୁ ଏହା ସତ ସେ ଜଣଙ୍କ ସାହାରା ଚାହୁଁଛନ୍ତି ବୋଲି କହିଛନ୍ତି।

ସମାଜସେବୀ ରୂପା ହାସନ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଆଜିର ସମାଜକୁ ଦେଖିଲେ ମହିଳା ଜଣଙ୍କ ବହୁ ସାହାସିକତାର ସହ ପଦକ୍ଷେପ ନେଇଛନ୍ତି। ତାଙ୍କଏକୁଟିଆପଣକୁ ଦୂର କରିବାକୁ ବିଜ୍ଞାପନ ଦେଇଛନ୍ତି। ହେଲେ ବିଜ୍ଞାପନଟିକୁ ଦେଖିବା ପରେ ଅନେକ ବ୍ୟକ୍ତି ଏହାର ଫାଇଦା ନେବାକୁ ଆଗ୍ରହ ପ୍ରକାଶ କରିପାରନ୍ତି। ସେହିପରି ସାଇକୋଲୋଜି ପ୍ରଫେସର ରବୀଶ ବିଏନ କହିଛନ୍ତି ମହିଳାଙ୍କର ଏଭଳି ବିଜ୍ଞାପନ ସମସ୍ତଙ୍କ ଆଖି ଖୋଲି ଦେଇଛି। ସେ ବୃଦ୍ଧ ହେବାପରେ କିଭଳି ଅବହେଳର ଶିକାର ହେଉଛନ୍ତି ଏଥିରୁ ଜଣାପଡ଼ିଛି। ବୟସ ବଢ଼ୁଥିବାରୁଏକୁଟିଆପଣକୁ ସେ ଭୟ କରୁଥିବା ବିଜ୍ଞାପନରୁ ଦେଖିବାକୁ ମିଳିଛି। ଆଜିର ସମାଜରେ ଯୌଥ ପରିବାର ନାହିଁ। ତେଣୁ ଲୋକମାନେ ଏକୁଟିଆ ହେବା ପରେ ମାନସିକ ଅବସାଦର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button