ବିବାହ ପାଇଁ ପରିବାର ରାଜି ନହେବାରୁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

0

ଇବଥର୍ମାଲ : ପ୍ରେମୀଯୁଗଳଙ୍କ ଦଉଡ଼ି ଲଗାଇ ଆତ୍ମହତ୍ୟା। ପରିବାର ଲୋକେ ବିବାହ ପାଇଁ ଅରାଜିହେବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା କୁମ୍ଭାରବନ୍ଧ ଫାଣ୍ଡି ଅଞ୍ଚଳ ରେଙ୍ଗାଲି କିଶାନପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ ପୁଲିସର ରେଙ୍ଗାଲି କିଶାନପଡ଼ାର ବିଦେଶୀ କିଶାନଙ୍କ ପୁଅ ସୁବ୍ରତ କିଶାନ ଓ ଠେଲକୁଲିଥାନା ଅନ୍ତର୍ଗତ ଜୁନକର୍ମା ଗ୍ରାମର ସୁମତୀ ପିଙ୍ଗଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ସୁବ୍ରତ ଓ ସୁମତୀ ବିବାହ କରିବା ପାଇଁ ସେମାନଙ୍କ ପରିବାରକୁ କହିଥିଲେ। କିନ୍ତୁ ସୁବ୍ରତଙ୍କ ପରିବାର ଲୋକେ ବିବାହ ଅନ୍ୟତ୍ର ଠିକ୍ କରିଥିଲେ। ଆସନ୍ତା ମାସ ୩ ତାରିଖରେ ବାହାଘର ଲଗ୍ନ ସ୍ଥିର ହୋଇଥିଲା। ପରିବାର ଲୋକଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ସୁବ୍ରତ ଗତକାଲି ସୁମତୀଙ୍କୁ ନେଇ ଘରେ ପହଞ୍ଚି ବାହାଘର କରିବାକୁ ଜିଦ୍ ଧରିଥିଲେ। ରବିବାର ସଂଧ୍ୟାରେ ପଡ଼ାଲୋକ ଓ ଜାତିଭାଇଙ୍କୁ ନେଇ ଏକ ସଭା କରାଯାଇଥିଲା। ସଭାରେ ସୁବ୍ରତ ଓ ସୁମତୀଙ୍କ ବିବାହ ହୋଇ ପାରିବନି ବୋଲି କୁହାଥିଲା।

ଗ୍ରାମସଭାର ଏହି ଫଇସଲା ଶୁଣିବା ପରେ ସୁବ୍ରତ ଓ ସୁମତୀ କୋଠରୀର ଭିତରପଟୁ କବାଟ କିଳି ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘର ଲୋକ ଜାଣିବା ପରେ କୁମ୍ଭାରବନ୍ଧ ପୋଲିସକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବନହରପାଲି ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.