ବିବାହ ପରେ ଚର୍ଚ୍ଚାରେ ସବ୍ୟସାଚୀ-ଅର୍ଚ୍ଚିତା

ଭୁବନେଶ୍ୱର : ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ। ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ସୋଶିଆଲ ମିଡିଆରେ ଦୁଇ ଷ୍ଟାର ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ‘ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ…’ କହି ସବ୍ୟସାଚୀ ରିଙ୍ଗ ସେରେମୋନୀର କିଛି ଫଟୋକୁ ତାଙ୍କ ଅଫିସଆଲ ଫେସବୁକ ଆକାଉଣ୍ଟରେ ସେଆର କରିଛନ୍ତି।

ରିଙ୍ଗ ସେରିମୋନୀ ବେଳର ଏହି ଫଟୋରେ ସବ୍ୟସାଚୀ ଓ ଅର୍ଚ୍ଚିତା ବେଶ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି। ଅର୍ଚ୍ଚିତା ଲାଇଟ୍ ପର୍ପଲ କଲରର ଡିଜାଇନର ଗାଉନ ପିନ୍ଧିଥିବା ବେଳେ ସବ୍ୟସାଚୀ ତାଙ୍କୁ ମ୍ୟାଚ୍ କରି ପିନ୍ଧିଛନ୍ତି ବ୍ଲେଜର। ଉଭୟଙ୍କ ନିକଟ ସମ୍ପର୍କୀୟ ଓ ପରିବାର ଲୋକଙ୍କ ଉପସ୍ଥିତରେ ଏହି ନିର୍ବନ୍ଧ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକ ଓ ଅଭିନେତା-ଅଭିନେତ୍ରୀମାନେ ଉଭୟଙ୍କ ଏହି ଫଟୋରେ ଅନେକ ଗୁଡିଏ କମେଣ୍ଟ କରିଛନ୍ତି।

ସୂଚନାଯୋଗ୍ୟ ମାର୍ଚ୍ଚ ୧ ତାରିଖରେ ଉଭୟଙ୍କର ହୋଇଛି ବାହାଘର। ରାଜସ୍ଥାନର ଐତିହାସିକ ନିମ୍‌ରାଣା ଦୁର୍ଗରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ସଂପନ୍ନ ହୋଇଛି। ଚତୁର୍ଦ୍ଦଶ ଶତାଦ୍ଦୀର ଏହି ପ୍ରାଚୀନ ଦୁର୍ଗରେ ଉଠାଇଥିବା କିଛି ଫଟୋକୁ ସେୟାର କରିଛନ୍ତି ସବ୍ୟସାଚୀ ମିଶ୍ର। ବିବାହ ପୂର୍ବରୁ ଏହି ଷ୍ଟାର ଯୋଡ଼ି ସୋଶିଆଲ ମିଡ଼ିଆରେ ସୂଚନା ଦେବା ସହିତ ପ୍ରଭୁ ଜଗନ୍ନାଥ ଓ ପ୍ରଶଂସକଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ସବ୍ୟ-ଅର୍ଚ୍ଚିତାଙ୍କ ବିବାହ ନେଇ ଅନେକ ଦିନଧାରୀ ଚାଲିଥିବା କଳ୍ପନାଜଳ୍ପନାରେ ଏବେ ବ୍ରେକ୍ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button