ବିବାହ ଶୋଭାଯାତ୍ରା ଉପରୁ କଟକଣା ହଟିଲା

ଭୁବନେଶ୍ଵର : କରୋନା ପାଇଁ ରାଜ୍ୟ ସରକାରଙ୍କ ବାହାଘର ଓ ଅନ୍ତିମ ସଂସ୍କାରକୁ ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି। ସ୍ଵତନ୍ତ୍ର ରିଲିଫ୍ କମିସନର୍ ତଥା ଉନ୍ନୟନ କମିଶନର ସଚିବ ପ୍ରଦୀପ ଜେନା ଆଜି ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦେଇଛନ୍ତି।

ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁଯାୟୀ କୋଭିଡ ମହାମାରୀ ପାଇଁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଓ ସାଉଣ୍ଡ ସିଷ୍ଟମର ସଦସ୍ୟ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ। ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଥର୍ମାଲ୍ ସ୍କାନିଂ ଓ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସେହିପରି ବନ୍ଦ ସ୍ଥାନରେ ୫୦ ପ୍ରତିଶତ ବ୍ୟକ୍ତିଙ୍କୁ ନେଇ ବିବାହ ଉତ୍ସବ ଓ ଅନ୍ତିମ ସଂସ୍କାର ଆଦି ହୋଇପାରିବ। ଖୋଲା ସ୍ଥାନରେ ଭୂମି ଓ ଆକାରକୁ ଦୃଷ୍ଟିରେ ରଖି, ଉପଯୁକ୍ତ ସଂଖ୍ୟକ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।