ବିବାହ ଉତ୍ସବ ପାଇଁ ୧୦୦ ଲୋକଙ୍କୁ ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀ ପରେ ଗୌତମ ବୁଦ୍ଧ ନଗର ଓ ଗାଜିଆବାଦରେ କଟକଣା। କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଲୋକ ସଂଖ୍ୟାକୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ଗୌତମ ବୁଦ୍ଧ ଅଞ୍ଚଳରେ ବାହାଘର ଉତ୍ସବରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ଶଙ୍କର ପାଣ୍ଡେ ମଧ୍ୟ ସମାନ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଦିଲ୍ଲୀ ସରକାର ବାହାଘର କାର୍ଯ୍ୟକ୍ରମରେ ୨୦୦ ପରିବର୍ତ୍ତେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେଇଥିଲେ। କେବଳ ବାହାଘର ନୁହେଁ ଏହି ନିୟମ ଅନ୍ୟ ସମସ୍ତ ସମାବେଶଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଲାଗୁ ହେବ।

ମତାମତ ଦିଅନ୍ତୁ ।