ବିବାହ ଉତ୍ସବରେ ୧୦୦ରୁ ଅଧିକ ଲୋକଙ୍କୁ ଏକାଠି ମନା

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ବିବାହ ଉତ୍ସବରେ ୧୦୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି। କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ଭୁବନେଶ୍ଵର ମହାନଗର ନିଗମ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୫୦ଜଣଙ୍କୁ ମିଳିଛି ଅନୁମତି।

ଗତ ୬ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ଅନଲକ୍ ୬ ଗାଇଡ଼ଲାଇନରେ ବିବାହ କାର୍ଯ୍ୟରେ ୨୦୦ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୧୦୦ଜଣ ରହିପାରିବେ ବୋଲି ସୂଚନା ଦେଇଥିଲୋ। ହେଲେ ମହାମାରୀର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରାଯାଇଛି। ସେହିପରି ମାସ୍କ, ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି।

ମତାମତ ଦିଅନ୍ତୁ ।