ବିବାହ ଉତ୍ସବରେ ୨୦ ଜଣଙ୍କୁ ମିଳିବ ଅନୁମତି

ଶିମଲା : କରୋନା ସଂକ୍ରମଣ ରୋକିବା ପାଇଁ ହିମାଚଳ ପ୍ରଦେଶ ସରକାର ନୂଆ ପ୍ରତିବନ୍ଧକ ଲାଗୁ କରିଛନ୍ତି। ବିବାହ ଉତ୍ସବରେ ୨୦ ଜଣଙ୍କୁ ସାମିଲ ହେବା ପାଇଁ ଦିଆଯାଇଛି ଅନୁମତି। ସାମୁହିକ ଭୋଜି ଉପରେ ମଧ୍ୟ ଲାଗିଛି କଟକଣା। ଯାହା ମେ’ ୧୦ ତାରିଖ ଯାଏଁ ବଳବତ୍ତର ରହିବ। ଏହାଛଡା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏହି ତାରିଖ ଯାଏଁ ବନ୍ଦ ରହିବ। ପରିସ୍ଥିତି ଏପରି ହୋଇଛି ଆଗକୁ ଲକଡାଉନ କରିବା ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଆବାସରେ ଅନୁଷ୍ଠିତ ଉଚ୍ଚ ସ୍ଥରୀୟ ବୈଠକରେ ଏହି କଟକଣା ନେଇ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ କୌଣସି ଜିନିଷର ଅଭାବ ନାହିଁ। ଅକ୍ସିଜେନ, ଔଷଧ, ଭ୍ୟାକସିନ, ପିପିଇ କିଟ ସମେତ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ। ହସ୍ପିଟାଲମାନଙ୍କରେ ବେଡ଼ କ୍ଷମତା ବଢ଼ାଇ ଦିଆଯାଇଛି। ଘରୋଇ ହସ୍ପିଟାଲମାନଙ୍କରେ ୫୦ ପ୍ରତିଶତ ବେଡ଼ କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button