ବିବାହ ଉତ୍ସବରେ ୫୦ରୁ ଅଧିକ ଅତିଥି ସାମିଲ ହେଲେ ୨୫ ହଜାର ଜରିମାନା

ଜୟପୁର : କରୋନାର ଦ୍ୱିତୀୟ ଲହରରେ ରାଜସ୍ଥାନ ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମେ’ ୧୪ ତାରିଖ ଅକ୍ଷୟ ତୃତୀୟା ଓ ପିପଲ ପୂର୍ଣ୍ଣିମା ଉପରେ ରହିଛି କଡା ନଜର ରହିବ। ବିବାହ ଉତ୍ସବରେ ୫୦ ଜଣାରୁ ଅଧିକ ଅତିଥିଙ୍କୁ ସାମିଲ ହେବାକୁ ବାରଣ କରାଯାଇଛି। ଏହାକୁ ଉଲଂଘନ କଲେ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି। କିନ୍ତୁ ବ୍ୟାଣ୍ଡ୍ ପାର୍ଟିକୁ ସରକାର ୫୦ ଅତିଥି ସଂଖ୍ୟାଠାରୁ ଅଲଗା ରଖିଛନ୍ତି।

ରାଜସ୍ଥାନ ସରକାରଙ୍କ ଗୃହ ବିଭାଗ ଗାଇଡଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟପାଳକ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ବ୍ଲକ ଅଧିକାରୀଙ୍କୁ ଜରିମାନା ଲଗାଇବା ଦାୟିତ୍ୱ ପ୍ରଦାନ ଦିଆଯାଇଛି। ମେ’ ୩୧ ଯାଏଁ ବିବାହ ଓ ଅନ୍ୟ ଉତ୍ସବରେ ୫୦ରୁ ଅଧିକ ଅତିଥିଙ୍କୁ ଡାକିବାକୁ ଅନୁମତି ନଥିବା ବେଳେ ନିୟମ ଉଲଙ୍ଘନ କଲେ ବିବାହ ମଣ୍ଡପ ସିଲ୍ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

କେବଳ ସେତିକି ନୁହେଁ ଆଜି ସକାଳ ୬ଟାରୁ ନୂଆ ଗାଇଡଲାଇନ୍ ଲାଗୁ ହୋଇଛି। ଏହାର ଉଲଙ୍ଘନ ପାଇଁ ଜରିମାନା ଓ ଦଣ୍ଡ ବିଧାନ ରହିଛି। ଗୃହ ବିଭାଗ ସ୍ପଷ୍ଟ ଭାବେ କହିଛି ଗାଇଡଲାଇନ୍ ନମାନିଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ଏଥିପାଇଁ ଅଲଗା ଅଲଗା ଜରିମାନା ଆଦାୟ କରାଯିବ।

Leave a Reply

Your email address will not be published. Required fields are marked *

Back to top button