ବିବାହକୁ ନେଇ ପୁଣି ଚର୍ଚ୍ଚାରେ ରାଖୀ ସାୱନ୍ତ

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ନିକଟରେ ବୈବାହିକ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ଖବର ଅନୁଯାୟୀ ଚଳିତ ବିଗ୍‌ବସ୍‌ ସିଜିନରେ ରାଖୀ ସାୱନ୍ତ ସ୍ୱାମୀ ଓ ବିବାହକୁ ନେଇ ମନ୍ତବ୍ୟ ଦେଇଥିଲେ। ରାଖୀ ଏପର୍ଯ୍ୟନ୍ତ ପ୍ରଶଂସକଙ୍କ ସାମ୍ନାକୁ ତାଙ୍କ ସ୍ୱାମୀଙ୍କୁ ଆଣି ନାହାନ୍ତି କିମ୍ବା ଫଟୋ ମଧ୍ୟ ଦେଖାଇ ନାହାନ୍ତି। ହେଲେ ସ୍ୱାମୀ ରିତେଶଙ୍କ ବିଷୟରେ ସେ ଏକ ବଡ଼ କଥା କହିଛନ୍ତି। ରାଖୀ କ୍ୟାନ୍‌ସର ରୋଗ ସହ ସଂଗ୍ରାମ କରୁଥିବା ମା’ଙ୍କ ରାଣ ଖାଇ କହିଛନ୍ତି। ସତରେ ତାଙ୍କ ସ୍ୱାମୀ ରିତେଶ। ସେ ତାଙ୍କୁ ବିବାହ କରିଛନ୍ତି। କିନ୍ତୁ ବିବାହ ଏବେ କେଉଁ ଦିଗଦେଇ ଗତି କରୁଛି ତାହା ସେ ଜାଣି ନାହାନ୍ତି ବୋଲି ସାକ୍ଷାତକାର୍‌ରେ କହିଥିଲେ।

ଅନ୍ୟପକ୍ଷରେ ରାଖୀଙ୍କ ବିବାହ କେବଳ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି ଅଧିକାଂଶ ଲୋକ ବିଶ୍ୱାସ କରୁଛନ୍ତି। ଏହା ଉପରେ ରାଖୀ କହିଛନ୍ତି ମୋର ସ୍ୱାମୀ ଅଛନ୍ତି। ମୁଁ ରିତେଶଙ୍କୁ ବିବାହ କରିଛି। କିନ୍ତୁ ସେ ଭାରତରେ ରୁହନ୍ତି ନାହିଁ। କେବଳ ସେତିକି ନୁହେଁ ସେ ନିଜ ବିବାହକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି। ରାଖୀ କହିଛନ୍ତି ମୁଁ ଏବେ ବିବାହର ଷ୍ଟେଜ୍‌ରେ ଅଛି ନା ନାହିଁ ଜାଣିନି। ଏବେ ଲକ୍‌ଡାଉନ ଚାଲିଛି। ମୁଁ ମୋ ସ୍ୱାମୀଙ୍କ ସହ ରହିବି ନା ନାହିଁ ତାହା ମଧ୍ୟ ଜାଣିନି। ଡିଭୋର୍ସ ହେବ ନା ନାହିଁ ସେ ନେଇ କିଛି ଜଣା ନାହିଁ। କାରଣ ସେମାନେ କାନାଡାରେ ଅଛନ୍ତି। ଏପର୍ଯ୍ୟନ୍ତ ସେଠାରେ ଭିସା ଆରମ୍ଭ ହୋଇନାହିଁ।

୨୦୧୯ରେ ୟୁକେରେ ରହୁଥିବା ଜଣେ ମିଷ୍ଟ୍ରି ମ୍ୟାନ୍‌ଙ୍କୁ ବିବାହ କରିଥିବା ରାଖୀ ସାୱାନ୍ତ କହିଥିଲେ। ୱେଡିଂ ଲୁକ୍‌ରେ ବିବାହର କିଛି ଫଟୋକୁ ସୋସିଆଲ ମିଡିଆରେ ସେଆର କରିଥିଲେ ହେଁ ସ୍ୱାମୀଙ୍କ ଫଟୋ ପୋଷ୍ଟ କରିନଥିଲେ। ବିଗ୍‌ବସ୍ ରିଆଲିଟି ଶୋ’ରେ ସ୍ୱାମୀଙ୍କ ସହ ତାଙ୍କର ଦୁଇବର୍ଷ ହେଲା ଦେଖାସାକ୍ଷାତ ହୋଇନାହିଁ ବୋଲି ରାଖୀ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button