ବିବାହର ମାସେ ନପୂରୁଣୁ ଶ୍ୱଶୁର ଘରେ ନାବାଳକ ଜ୍ୱାଇଁର ମୃତ୍ୟୁ

ବ୍ରଜରାଜନଗର : ମିସ୍‌କଲ୍‌ରୁ ପ୍ରେମ। ତାପରେ ବିବାହ। ବିବାହକୁ ମାସେ ପୁରିନି। ନାବାଳକ ଜ୍ଵାଇଁର ଶ୍ଵଶୁର ଘରେ ମୃତ୍ୟୁ ଘଟିଛି। ଏହି ଘଟଣା ବ୍ରଜରାଜନଗର ଥାନା ଅନ୍ତର୍ଗତ ଲୁଇସିଙ୍ଗ ପଞ୍ଚାୟତ ଅଞ୍ଚଳରେ ଘଟିଛି। ମୃତ ନାବାଳକ ହେଲେ ଗୌତମ ବଖରା। ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଖବର ଅନୁଯାୟୀ ଗୌତମ ଗୁରୁବାର ଅପରହ୍ନରେ ଝାରକାରେ ପ୍ଲାଷ୍ଟିକ୍‌ ରଶି ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା କୁହାଯାଉଛି। କିନ୍ତୁ ଗୌତମଙ୍କ ପରିବାର ଲୋକଙ୍କ ଅଭିଯୋଗ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି। ଗୌତମଙ୍କ ଘର ଲାଇକେରା ଥାନା ଅନ୍ତର୍ଗତ ସିଆଲରମା ଗ୍ରାମରେ। ଲୁଇସିଙ୍ଗା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ମିସ୍‌ କଲ୍‌ରୁ ସଂପର୍କ ସୃଷ୍ଟି ହୋଇଥିଲା। କିଛିଦିନ ଫୋନ୍‌ରେ କଥାବାର୍ତ୍ତା ହେବା ପରେ ଉଭୟ ନିକଟତର ହୋଇଥିଲେ। ମାସକ ତଳେ ବିବାହ ହୋଇଥିଲା ବିବାହ। ଗୌତମ ନିଜ ଘରକୁ ନଯାଇ ଶ୍ଵଶୁର ଘରେ ରହୁଥିଲେ।

  ଜୋ ବାଇଡେନ ପ୍ରଶାସନର ଚୀନ-ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ

ଗୁରୁବାର ସକାଳେ ସମସ୍ତେ କାମକୁ ଯାଇଥିବା ବେଳେ ଗୌତମ ଘରେ ଥିଲେ। ପଡ଼ୋଶୀ ଘରର ପିଲା ସାବୁନ୍‌ ଆଣିବାକୁ ଯାଇ ଦେଖିଲେ ବେକରେ ପ୍ଲାଷ୍ଟିକ୍‌ ରଶିରେ ବାନ୍ଧି ଝରକାରେ ଝୁଲୁଛି। ଶ୍ଵଶୁର ଘର ଲୋକ ଜାଣିବା ପରେ ପୋଲିସ ଓ ଗୌତମଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ଏସ୍‌ଡିପିଓ ଦିଲ୍ଲୀପ ଦାସ, ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ତଦନ୍ତରେ ସହାୟତା ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଇଥିଲା। କିନ୍ତୁ ଗୌତମଙ୍କ ମା’ ଅମ୍ବିକା ବଖରା ବ୍ରଜରାଜନଗର ପହଞ୍ଚି ପୁଅକୁ ଶ୍ୱଶୁର ଘର ଲୋକ ମାରି ଦେଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି।

ମତାମତ ଦିଅନ୍ତୁ ।