ବିବସ୍ତ୍ର ହୋଇ ଭିଡିଓ ସୁଟ୍‌ କରିଥିବା ମହିଳାଙ୍କୁ ପୋଲିସ ଗିରଫ କଲା

ଦୁବାଇ : ଦୁବାଇର ଏକ ସିଟିରେ କିଛି ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ମହିଳାମାନେ ବିଲ୍ଡିଂର ବାଲକୋନୀରେ ବିବସ୍ତ୍ର ହୋଇ ଛିଡାହୋଇଥିବା ଭାଇରାଲ ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଦୁବାଇ ପୋଲିସ ମହିଳାମାନଙ୍କୁ ଗିରଫ କରିଛି।

ଦୁବାଇରେ ସାର୍ବଜନୀନ ଶାସନ ଆଇନ ଉଲ୍ଲଂଘନ କଠୋର ଦଣ୍ଡ ରହିଛି। ଅଶ୍ଳୀଳ ପ୍ରଦର୍ଶନ କିମ୍ବା ଅଶ୍ଳୀଳ ଆଚରଣ କଲେ ୬ ମାସ କାରାଦଣ୍ଡ ସହିତ ୫ହଜାର ୟୁଏଇ ମୁଦ୍ରା ଆଦାୟ କରାଯିବାର ବ୍ୟବସ୍ଥା ରହିଛି। ଏହାସତ୍ତ୍ଵେ ଗତ ଶନିବାର ପ୍ରାୟ ୧୨ରୁ ୧୫ ଜଣ ମହିଳା ଏକ ବହୁତଳ ବିଲ୍ଡିଂର ବାଲକୋନୀରେ ଅଶ୍ଳୀଳ ଭାବେ ଛିଡା ହୋଇ ଫଟୋ ଓ ଭିଡିଓ ସୁଟ୍‌ କରିଥିଲେ। ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଥିଲା ।

ଦୁବାଇ ପୋଲିସ କହିଛି ଭିଡିଓଗୁଡିକୁ ପବ୍ଳିକ୍‌ ଯାଞ୍ଚ ଏଜେନ୍ସିକୁ ପଠାଯାଇଛି। ୟୁଏଇ ସୋସାଇଟିରେ ଏଭଳି ଅଶ୍ଳୀଳ କାର୍ଯ୍ୟ ଗ୍ରହଣୀୟ ନୁହେଁ। ଏହା ଆଇନ ବିରୋଧୀ। ଅଶ୍ଳୀଳ ଭିଡିଓ ଦେଖିବା କିମ୍ବା ତିଆରି କରିବା ଉପରେ କଡା ଆଇନ ପ୍ରଣୟନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button