ବିଭାଗୀୟ ସ୍ଥାୟୀ କମିଟିର ଷଷ୍ଠ ବୈଠକ

ଭୁବନେଶ୍ୱର : ବିଭାଗୀୟ ସ୍ଥାୟୀ କମିଟି-୬ଙ୍କର ଷଷ୍ଠ ବୈଠକ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଧାନସଭା ପ୍ରକୋଷ୍ଠ ସଂଖ୍ୟା -୫୯ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା।

ବିଧାନସଭାର ଗତ ଅଧିବେଶନରେ ସମବାୟ ବିଭାଗ ସମ୍ପର୍କିତ ଗୃହରେ ଉପସ୍ଥାପିତ କମିଟିର ସୁପାରିଶ ଉପରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଆନନ୍ଦ ପୁର ଓ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ସ୍ୱତନ୍ତ୍ର ସମୀକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିଭଳି ବିଧାନସଭାର ଗତ ଅଧିବେଶନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମ୍ପର୍କିତ ଗୃହରେ ଉପସ୍ଥାପିତ କମିଟିର ସୁପାରିଶ ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ, ଧାନର ଅଭାବୀ ବିକି୍ର ଏବଂ କୋଭିଡ-୧୯ ସମୟରେ ଖାଦ୍ୟଶସ୍ୟ ଯେଗାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ କମିଟିର ସଦସ୍ୟ ଓ ଉଭୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଧାନସଭାର ସଚିବ ଦାଶରଥୀ ଶତପଥୀ ଯୋଗଦେଇଥିଲେ।

ମତାମତ ଦିଅନ୍ତୁ ।