ବିଚାର ବିଭାଗୀୟ ହାଜତକୁ ଗଲେ ହାସ୍ୟ ଅଭିନେତ୍ରୀ ଭାରତୀ ଓ ହର୍ଷ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରଯାଇଥିଲା। କିନ୍ତୁ କୋର୍ଟ ଦୁଇଜଣକୁ ୧୪ ଦିନ ଅର୍ଥାତ୍ ଡିସେମ୍ବର ୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଭାରତୀଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ଛୁଟି ଥିବାରୁ ଆସନ୍ତାକାଲି ଏହା ଉପରେ ଶୁଣାଣି ହେବ ବୋଲି ଜଣାପଡିଛି।

ବଲିଉଡ ଡ୍ରଗ୍ସ ଲିଙ୍କ ନେଇ ଏନସିବି ତଦନ୍ତ ଜାରି ରଖିଥିବା ବେଳେ ଭାରତୀ ଓ ହର୍ଷଙ୍କ ଘରୁ ୮୬.୫ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ସେଥିପାଇଁ ଏନସିବି ଭାରତୀ ଓ ହର୍ଷଙ୍କୁ ୧୫ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା। ଜେରା ବେଳେ ଭାରତୀ ଗଞ୍ଜେଇ ବ୍ୟବହାର କରୁଥିବା ସ୍ଵୀକାର କରିଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।