ବିଦେଶୀ କମ୍ପାନୀ ଉପଗ୍ରହ ଓ ଗ୍ରାଉଣ୍ଡ ଷ୍ଟେସନ୍ ତିଆରି କରିବାକୁ ଆସିବ ନୂଆ ନୀତି

ନୂଆଦିଲ୍ଲୀ : ମହାକାଶରେ ଅନୁସନ୍ଧାନ ପାଇଁ ସରକାର ନୂଆ ନୀତି ଆଣିବାକୁ ଯାଉଛନ୍ତି। ଯାହାଫଳରେ ବିଦେଶୀ କମ୍ପାନୀମାନଙ୍କୁ ଭାରତରେ ବିନିଯୋଗ କରିବାକୁ ଅନୁମତି ମିଳିବ। ସେମାନେ ଏଠାରେ ଉପଗ୍ରହ ଓ ଗ୍ରାଉଣ୍ଡ ଷ୍ଟେସନ୍ ତିଆରି କରିପାରିବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମହାକାଶ ବିଭାଗର ସଚିବ କେ ଶିବନଙ୍କ କହିଛନ୍ତି ସରକାର ଏ ସଂକ୍ରାନ୍ତରେ ନୂଆ ନୀତି ଆପଣାଇବାକୁ ଯାଉଛନ୍ତି। ମହାକାଶ କ୍ଷେତ୍ରରେ ସମସ୍ତ କ୍ଷମତା ସହିତ ଆଗକୁ ବଢ଼ିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ବିଦେଶୀ କମ୍ପାନୀଗୁଡିକ ଉପଗ୍ରହ ତିଆରି କରି ଏଠାରେ ଯାନବାହନ ଉତକ୍ଷେପଣ କରିବାରେ ସକ୍ଷମ ହେବେ। ସେମାନେ ଏଠାରେ ଗ୍ରାଉଣ୍ଡ ଷ୍ଟେସନ ନିର୍ମାଣ କରି ଆମର ସ୍ପେସପୋର୍ଟ ବ୍ୟବହାର କରିପାରିବେ। ହେଲେ ଏଥିପାଇଁ ଏଫଡିଆଇ ଜରିଆରେ ବିଦେଶୀ କମ୍ପାନୀଙ୍କୁ ନିବେଶ କରିବାକୁ ହେବ। ସେ କହିଛନ୍ତି ମହାକାଶ ଏକ ସମ୍ବେଦନଶୀଳ ମାମଲା। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ମାମଲା ଆଧାରରେ ନିଷ୍ପତ୍ତି ନିଆଯିବ। ଜାତୀୟ ସୁରକ୍ଷା ଆମର ପ୍ରାଥମିକତା ହେବ। ତେଣୁ ପ୍ରସ୍ତୁତ କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ କମ୍ପାନୀଗୁଡିକୁ ପାଳନ କରିବାକୁ ପଡ଼ିବ।

ବିଦେଶୀ ସାଟେଲାଇଟ୍ କମ୍ପାନୀଗୁଡିକ ସହ ସହଭାଗୀତା ସମ୍ପର୍କରେ କେ ଶିବନ୍ କହିଛନ୍ତି ଭାରତୀୟ କମ୍ପାନୀଗୁଡିକ ବିଦେଶୀ କମ୍ପାନୀଗୁଡିକ ସହିତ ଚୁକ୍ତି କରିପାରିବେ। ଭାରତୀୟ କମ୍ପାନୀ ୬୦ ପ୍ରତିଶତ ଓ ବିଦେଶୀ କମ୍ପାନୀ ୪୦ ପ୍ରତିଶତ ଏଫଡିଆଇ ମାଧ୍ୟମରେ ବିନିଯୋଗ କରିପାରିବେ। ତଥାପି ଏ ଦିଗରେ ଆହୁରି କିଛି ପଦକ୍ଷେପ ନେବା ଦରକାର। ସେ କହିଛନ୍ତି ଇଣ୍ଡିଆନ୍ ନ୍ୟାସନାଲ ସ୍ପେସ୍ ପ୍ରୋମୋସନ୍ ଆଣ୍ଡ ଆଥୁରିସେସନ୍ ସେଣ୍ଟର) ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହା ଉପରେ ଅଧିକ ସ୍ପଷ୍ଟତା ଆସିବ। ମହାକାଶ ବିଭାଗର ସଚିବ କହିଛନ୍ତି ଅନେକ କମ୍ପାନୀ ଏଥିପାଇଁ ଆଗ୍ରହ ଦେଖାଇଛନ୍ତି।

ମତାମତ ଦିଅନ୍ତୁ ।