ବିଧାନସଭା ଅପରାହ୍ନ ୩ଟା ଯାଏ ମୁଲତବୀ

ଭୁବନେଶ୍ଵର : ଆଜିଠାରୁ ଆରମ୍ଭ ହୋଇଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଦିବଙ୍ଗତ ନେତାଙ୍କ ପାଇଁ ଶୋକ ପ୍ରସ୍ତାବ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ଶୁକ୍ରବାର ବିଧାନସଭାର ଆରମ୍ଭରୁ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଦିବଙ୍ଗତ ବିଧାୟକ ଓ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଗୃହର ପରମ୍ପରା ଅନୁଯାୟୀ ଜଣେ ବାଚସ୍ପତିଙ୍କର ପରଲୋକ ହୋଇଥାଏ ତେବେ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ ରଖାଯାଏ। ହେଲେ ଚଳିତ ବିଧାନସଭା କୋଭିଡ କଟକଣା ଭିତରେ ଚାଲୁଥିବାରୁ ବୈଠକର ସମୟ ସୀମା କାଣ୍ଟଛାଣ୍ଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୩ ଟା ଯାଏ ଗୃହକୁ ମୁଲତବୀ କରାଯାଇଛି। ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ଅଧିବେଶନର ଯାହା କାର୍ଯ୍ୟସୂଚୀ ରହିଛି ସେହି ଅନୁସାରେ ଅପରାହ୍ନ ବୈଠକରେ ଆଲୋଚନା ହେବ।

ମତାମତ ଦିଅନ୍ତୁ ।