ବିଧାନସଭାର ଉପସଚିବ ପାଟ୍ଟଯୋଶୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଧାନସଭାର ଅବସରପ୍ରାପ୍ତ ଉପସଚିବ (ରିପୋର୍ଟିଂ) ଭୂବନ ପ୍ରସାଦ ପାଟ୍ଟଯୋଶୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ବିଧାନସଭା ସଚିବାଳୟର ରିପୋର୍ଟିଂ ଶାଖାରେ ଦୀର୍ଘକାଳ କାର୍ଯ୍ୟ କରିଥିବା ଶ୍ରୀ ପାଟ୍ଟଯୋଶୀ ସେପ୍ଟେମ୍ବର ୩୦ ତାରିଖରେ ବିଧାନସଭାର ଉପସଚିବ (ରିପୋର୍ଟିଂ) ପଦରୁ ଅବସର ନେଇଥିଲେ। ସମ୍ବର୍ଦ୍ଧନା ପ୍ରଦାନ ସମୟରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।